Below header

ରିଲିଜ ହେଲା ‘ଗଙ୍ଗୁବାଇ କାଠିୟାବାଡ଼ି’ର ପ୍ରଥମ ପୋଷ୍ଟର, ଭିନ୍ନ ଲୁକରେ ଦେଖା ଦେଲେ ଆଲିଆ

ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭନସାଲି ନିଜ ପ୍ରୋଜେକ୍ଟ ‘ଗଙ୍ଗୁବାଇ କାଠିଆବାଡ଼ି’ ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି । ସଞ୍ଜୟଙ୍କ ଆଗାମୀ ସିନେମାରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଦେଖାଦେବେ ବୋଲି ଜଣାଯାଇଛି । ନିକଟରେ ଫିଲ୍ମ ସହ ଜଡିତ ଆଲିଆ ଭଟ୍ଟଙ୍କ ପ୍ରଥମ ଲୁକକୁ ରିଲିଜ କରାଯାଇଛି । ଏହା ସହ ଫିଲ୍ମ ଟିକୁ ୨୦୨୦ ମସିହା ସେପ୍ଟେମ୍ବର ୧୧ ତାରିଖରେ ରିଲିଜ କରାଯିବାକୁ ଲକ୍ଷ ରଖାଯାଇଛି । ରିଲିଜ ହୋଇଥିବା ନୂଆ ପୋଷ୍ଟରରେ ଆଲିଆ ଦୁଇଟି ବେଣୀ କରିବା ସହ ଆଖିରେ ମୋଟା ଆକାରର କାଜଲ ଲଗେଇଥିବା, ନାକରେ ନାଥ ସହ ଏକ ବଡ଼ ଆକାରର ଲାଲ ବିନ୍ଦି ଖୁବ ସୁନ୍ଦର ଦେଖାଯାଉଛନ୍ତି ।

 

gangubai

ସୂଚନା ଦେବା ଯୋଗ୍ୟ କି ଆଲିଆ ଓ ବଂଶାଲୀ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । ଫିଲ୍ମରେ ଅଭିନୟ ପାଇଁ ଆଲିଆ ନିଜେ କାଠିଆବାଡ଼ି ଭାଷା ଶିଖୁଛନ୍ତି । ତାହା ସହ ଗୁଜୁରାତି ଜୀବନଶୈଳୀରେ ନିଜକୁ ଖାପ ଖୁଏଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ଫିଲ୍ମ ଟିରେ ଅଧିକାଂଶ ଗୀତ ବେକ ଗ୍ରାଉଣ୍ଡରେ ହିଁ ଶୁଣା ଯାଉଥିବା ବେଳେ ଏଥିରେ କେତେକ ଲୋକ ଗୀତ ଗୁଡିକୁ ମଧ୍ୟ ପ୍ରଚଳନ କରାଯାଇଛି । ଆଉ ମଧ୍ୟ ଜଣା ଯାଇଛି ଯେ ଏହି ସିନେମାରେ କୌଣସି ପ୍ରକାର ଡବିଙ୍ଗ କରାଯିବ ନାହିଁ । ଫିଲ୍ମଟି ହୁସେନ ଜଇଦିଙ୍କ ରଚିତ ‘ମାଫିଆ କୁଇନ୍ସ ଅଫ ମୁମ୍ବାଇ’ ଉପରେ ହିଁ ଆଧାରରେ ହିଁ ନିର୍ମାଣ କରାଯିବ । ହୁସେନଙ୍କ ରଚନା ହିସାବରେ ଗଙ୍ଗୁବାଇ ପ୍ରକୃତରେ ଗୁଜୁରାଟସ୍ଥିତ କାଠିଆବାଡ଼ର ବାସିନ୍ଦା ଥିଲେ ।

gangubai

ତେଣୁ ତାଙ୍କ ନାଁ ବି ସେହି ଅନୁସାରେ ହୋଇଛି । ଛୋଟ ବୟସରେ ହିଁ ତାଙ୍କୁ ବେସ୍ୟା ବୃତ୍ତି ପାଇଁ ବାଧ୍ୟ କରାଯାଇଥିଲା । ପରେ ଅଞ୍ଚଳର କୁଖ୍ୟାତ ଅପରାଧୀ ମାନେ ଗଙ୍ଗୁବାଇଙ୍କ ଗ୍ରାହକ ପାଲଟି ଥିଲେ । ଗଙ୍ଗୁବାଇ ମୁମ୍ୱାଇ ସ୍ଥିତ କାମଠିପୁରା ଅଞ୍ଚଳରେ ଏକ କୋଠା ଚଳାଉଥିବା ବେଳେ ସେସମୟର ଅନାଥ ତଥା ବେସ୍ୟା ମାନଙ୍କ ପାଇଁ ବହୁତ କାମ ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.