Below header

ଦିନ ସାଢ଼େ ୧୧ଟା ବେଳେ ଭୁବନେଶ୍ୱର ସିଆରପି ଛକରେ ଯୁବତୀ ଠାରୁ ମୋବାଇଲ୍‌ ଛଡ଼ାଇ ନେଲା ଦୁର୍ବୃତ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନ ଦ୍ୱିପହରରେ ଛିନ୍‌ତାଇ । ଜନଗହଳି ଭୁବନେଶ୍ୱର ସିଆରପି ଛକରେ ଛଡ଼ାଇ ନେଲେ ମୋବାଇଲ୍‌ । କିଛି ସମୟ ପୂର୍ବରୁ ଜଣେ ଯୁବତୀଙ୍କ ଠାରୁ ରାସ୍ତା ଉପରେ ଜଣେ ଦୁର୍ବୃତ୍ତ ମୋବାଇଲ୍‌ ଛଡ଼ାଇ ନେଇ ପଳାଇଗଲା । ଠିକ୍‌ ସିଆରପିଏଫ୍‌ କ୍ୟାମ୍ପସ ସମ୍ମୁଖ ସିଆରପି ଛକ ନିକଟରେ ଏହି ଘଟଣା ଘଟିଛି । ଯୁବତୀ ଜଣକ ଚାଲି ଚାଲି ଆସୁଥିବା ବେଳେ ତାଙ୍କ ପଛରେ ଆସୁଥିବା ଦୁର୍ବୃତ୍ତ ଜଣକ ଅଚାନକ ଯୁବତୀଙ୍କ ବେକକୁ ତାଙ୍କ ଓଡ଼ଣୀରେ ଚିପି ଧରି ମୋବାଇଲ୍‌ ଛଡ଼ାଇ ନେଲା । ଯୁବତୀ ଜଣକ ଚିତ୍କାର ପରିବାକୁ ବି ସମୟ ପାଇଲେ ନାହିଁ । ତେବେ ସେଠାରେ ଉପସ୍ଥିତ ଲୋକଙ୍କର ଘଟଣା ଉପରେ ନଜର ପଡ଼ିବାରୁ ସେମାନେ ଲୁଟେରାକୁ ଗୋଡ଼ାଇଥିଲେ । ହେଲେ ଲୁଟେରା ଜଣକ ବିଜୁଳି ବେଗରେ ରାସ୍ତା କଡ଼ରେ ଥିବା ଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇଗଲା । ଘଟଣା ସ୍ଥଳରେ ତୁରନ୍ତ ପୋଲିସ୍‌ ଆସି ପହଞ୍ଚିଥିଲେ ମଧ୍ୟ ମୋବାଇଲ୍‌ ଲୁଟେରାକୁ ଧରି ପାରିନଥିଲା । ଯୁବତୀ ଜଣକ ଘର ଏକାମ୍ର କାନନ ପାଖରେ । ତାଙ୍କ ଅଭିଯୋଗ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

CRPF-1

ତେବେ ରାଜଧାନୀରେ ଇଏ କୌଣସି ନୂଆ କଥା ନୁହେଁ । ଦିନ ହେଉ କି ରାତି ସବୁ ବେଳେ ଏଭଳି ଲୋକଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନିଆଯାଉଥିବା ଅଭିଯୋଗ ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.