Below header

ଡାକ୍ତରଙ୍କ ସହିତ ସାରା ଦୁନିଆକୁ କଲେ ଆଶ୍ଚର୍ଯ୍ୟ, ଦୁଇଟି ଯୋନି ସହିତ ଦୁଇଟି ଗର୍ଭାଶୟଧାରୀ ମହିଳା ଏପରି ଜନ୍ମଦେଲେ ସନ୍ତାନ

ଆମେରିକା ମେସିଗାନରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ନିକଟରେ ଦୁଇଟି ଗର୍ଭାଶୟ ଏବଂ ଦୁଇଟି ଯୋନି ଥିବା ସତ୍ତ୍ୱେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇପାରିଛନ୍ତି । ଯାହାକୁ ଦେଖି ନିଜେ ଡାକ୍ତରାମନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ ଏହି ମହିଳାଙ୍କ ନାମ ହେଉଛି Bethany Mc Millin ଯାହାଙ୍କର ବୟସ ୨୭ ବର୍ଷ । ତେବେ ତାଙ୍କ ଶରୀରରେ ରହିଛି ଦୁଇଟି ଯୋନି, ଦୁଇଟି ଗର୍ଭାଶୟ ଓ ଦୁଇଟି ଗ୍ରୀବା । ମେଡିକାଲ ଭାଷାରେ ଏହାକୁ ୟୁଟ୍ରେସ ଡ଼ିଡେଲଫିସ କୁହାଯାଏ । ଏପରି ଅବସ୍ଥାରେ ମହିଳାମାନେ ଗର୍ଭଧାରଣ କରିବା ଅସମ୍ଭବ ହୋଇପଡ଼ିଥାଏ କିନ୍ତୁ ବେଥନି କେବଳ ଗର୍ଭ ଧାରଣ କରିନାହାନ୍ତି ବରଂ ସେ ଏକ ସୁସ୍ଥ ପିଲାକୁ ମଧ୍ୟ ଜନ୍ମ ଦେଇପାରିଛନ୍ତି ।

Image result for woman-discovers-she-has-two-vaginas-and-two-wombs

ବେଥନିଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ସେ ୨୦୧୮ ମସିହାରେ ଥରେ ଗର୍ଭଧାରଣ କରିଥିଲେ କିନ୍ତୁ କିଛିଦିନ ପରେ ପିଲାଟି ନଷ୍ଟ ହୋଇଯାଇଥିଲା । ତେବେ ଡାକ୍ତର କହିଥିଲେ ଯେ ଏପରି ଅବସ୍ଥାରେ ପିଲାଟି ୬ ମାସରୁ ଅଧିକ ସମୟ ପରେ ବିକଶିତ ହୋଇପାରିବ ନାହିଁ । ଦ୍ଵିତୀୟ ପିଲାଟି ମଧ୍ୟ ନଷ୍ଟ ହୋଇଯିବାର ଡର ରହିଥିଲା କିନ୍ତୁ ପିଲାଟି ସୁସ୍ଥଭାବେ ଜନ୍ମ ନେଇଛି ।

ମେସିଗାନର ପ୍ରାଇମେରୀ ସ୍କୁଲରେ ପାଠ ପଢାଉଥିବା ବେଥନି ଅତି ଖୁସିର ସହ କହିଛନ୍ତି ଯେ ମୁଁ ଏକ ସୁନ୍ଦର କନ୍ୟା ସନ୍ତାନ ଜନ୍ମ ଦେଇପାରିଛି । ସେଥିପାଇଁ ମୁଁ ବହୁତ ଖୁସି । ମୋ ଝିଅ ଏବେ ଏକ ମାସର ହୋଇଗଲାଣି ଏବଂ ତାର ନାମ ମାଇବ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.