ଶରୀରର ରକ୍ତହୀନତା ସମସ୍ୟାକୁ ଦୂର କରେ ଧନିଆ ପତ୍ର, ଜାଣି ରଖନ୍ତୁ ଏହାର ଚମତ୍କାରୀ ଗୁଣ ବିଷୟରେ

ସୁସ୍ଥ ସବଳ ରହିବା ପାଇଁ ଧନିଆ ପତ୍ର ହେଉଛି ସର୍ବୋତ୍ତମ ମାଧ୍ୟମ । ତରକାରୀରେ ଧନିଆ ପତ୍ର ପକାଇ ବି ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ । ଛୋଟ ଆକାରର ଦେଖାଯାଉଥିବା ଏହି ପତ୍ରରେ ଆଣ୍ଟି ଆକ୍ସିଡେଣ୍ଟ, ଦ୍ୟୁଟେରୀଙ୍କ ଇଫେକ୍ଟ, ଆଣ୍ଟି ୱିମ୍ଫେମେଟ୍ରି ଗୁଣ ଭରପୁର ମାତ୍ରାରେ ଥାଏ । ତରକାରୀକୁ ଏକ ଭିନ୍ନ ସ୍ୱାଦ ଦେବା ସହ ଆପଣଙ୍କ ଶରୀରର ଅନେକ ଦୁର୍ଗନ୍ଧ ସମସ୍ୟାକୁ ବି ଏହା ଦୂର କରିଥାଏ । ତେବେ ଆସନ୍ତୁ ଧନିଆ ପତ୍ରରୁ ଶରୀରକୁ ମିଳୁଥିବା ବିଭିନ୍ନ ଫାଇଦା ବିଷୟରେ:

୧. ଆଜିର ସମୟରେ ଅଧିକାଂଶ ଲୋକ ହୃଦରୋଗରେ ଆକ୍ରାନ୍ତ ହେଉଛନ୍ତି । ହାର୍ଟ ଷ୍ଟ୍ରୋକ, ହାର୍ଟ ଆଟାକ ପରି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ବି କରୁଛନ୍ତି । କିନ୍ତୁ ଧନିଆ ପତ୍ର ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବା ସହିତ ରକ୍ତ ଚାଳନାକୁ ଉନ୍ନତ କରିଥାଏ । ନିୟମିତ ଭାବେ ଧନିଆ ପତ୍ର ଖାଉଥିବା ଲୋକଙ୍କୁ ହୃଦ ରୋଗ ହେବାର ଆଶଙ୍କା କମ ଥାଏ ।

coriander leaves

୨. ଯେଉଁ ମାନଙ୍କର ପାଚନ ଜନିତ ସମସ୍ୟା ଥାଏ । ସେମାନଙ୍କ ପାଇଁ ବି ଏହି ପତ୍ର ଖୁବ ଲାଭଦାୟକ ହୋଇଥାଏ । ପେଟ ଦରଜ, ପେଟ ଖରାପ, ଛାତି ଯନ୍ତ୍ରଣା ପରି ସମସ୍ୟାରୁ ବି ମୁକ୍ତି ମିଳିଥାଏ ।

୩. ଶରୀରର ରକ୍ତ ହୀନତାକୁ ପୂରଣ କରିବା ପାଇଁ ଧନିଆ ପତ୍ରର ଖୁବ ମହତ୍ୱ ରହିଛି । ପ୍ରତିଦିନ ତରକାରୀରେ ଧନିଆ ପତ୍ର ବ୍ୟବହାର କାଳେ ରକ୍ତ ହୀନତା ସମସ୍ୟା ଦୂର ହୋଇଥାଏ । ଏହା ସହ ବ୍ରେନର କ୍ଷମତା ମଧ୍ୟ ବଢିଥାଏ । ବ୍ରେନ ଆକ୍ଟିଭେଟ କରୁଥିବା ହର୍ମୋନ ଗୁଡିକ ସକ୍ରିୟ ହୋଇଉଠନ୍ତି ।

୪. ଯଦି ଆପଣଙ୍କର ବ୍ରଣ ସମସ୍ୟା ଥାଏ । ତେବେ ଧନିଆକୁ କଞ୍ଚା କ୍ଷୀରରେ ବାଟି ଚେହେରାରେ ଲଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୁଏ । ଏହି ଲେପ ଆପଣ ସପ୍ତାହକୁ ଥରେ ବା ଦୁଇ ଥର ବ୍ୟବହାର କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.