Below header

ଓକିନୋଶିମା ଆଇଲ୍ୟାଣ୍ଡ, ଯେଉଁଠିକୁ ଯିବାକୁ ମହିଳାଙ୍କୁ ବାରଣ ଏବଂ ପୁରୁଷଙ୍କୁ ଦେବାକୁ ପଡିଥାଏ ଏହି ଅଗ୍ନିପରୀକ୍ଷା

ବିଶ୍ୱର ସମଗ୍ର ଦେଶରେ ଅନେକ ପ୍ରକାର ନିୟମ ରହିଛି। କେଉଁଠି ଏହି ନିୟମରେ ପୁରୁଷ ଏବଂ ମହିଳାଙ୍କୁ ସମାନ ଅଧିକାର ମିଳିଥିବା ବେଳେ, ଅନେକ ସ୍ଥାନରେ ଏହା ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣିଛନ୍ତି କି, ଜାପାନରେ ଏପରି ଏକ ଜାଗା ରହିଛି। ଯେଉଁଠାରେ ମହିଳାମାନଙ୍କୁ ଯିବାକୁ ସଂପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ପୁରୁଷମାନଙ୍କ ପାଇଁ କଡା ନିୟମ ପ୍ରଣୟନ କରାଯାଇଛି।

0

ଜାପାନରେ ଥିବା ଏହି ଆଇଲ୍ୟାଣ୍ଡର ନାମ ଓକିନୋଶିମା । ଯେଉଁଠାରେ ମହିଳାମାନଙ୍କୁ ଯିବାକୁ ବାରଣ କରାଯାଇଥିବା ବେଳେ ପୁରୁଷମାନଙ୍କ ପାଇଁ କଡା ନିୟମ କରାଯାଇଛି। କଥା କ’ଣ କି, ଏହି ଆଇଲ୍ୟାଣ୍ଡକୁ ଧାର୍ମିକ ଭାବେ ବହୁତ ପବିତ୍ର ବୋଲି ଧରାଯାଏ। ବହୁ ଦିନରୁ ଏଠାରେ ଅନେକ ଧାର୍ମିକ ବାରଣ ଚାଲିଛି, ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟକାରୀ ହେଉଛି।

ଏହାସହ ପଢ଼ନ୍ତୁ ; ଭାରତର ସେହି ଦୁର୍ଗ, ଯାହାକୁ ଇଂରେଜମାନେ ୧୩ ଥର ଆକ୍ରମଣ କରିବା ପରେ ମଧ୍ୟ ଜୟ କରିପାରିନଥିଲେ

23

ଏହି ସ୍ଥାନକୁ ମହିଳାମାନେ ଆସିବାକୁ ମନା କରାଯାଇଛି। ଏଠାରେ ମୁନାକାତା ତାଇଶା ଓକିତ୍ସୁ ମନ୍ଦିର ରହିଛି। ଯେଉଁଠାରେ ସମୁଦ୍ର ଦେବୀଙ୍କୁ ପୂଜା କରାଯାଏ। ଦେବୀ ମନ୍ଦିର ହୋଇଥିବା ସତ୍ତ୍ୱେ ଏହି ମନ୍ଦିରକୁ ମହିଳାମାନଙ୍କୁ ବାରଣ କରାଯାଇଛି। ଆଶ୍ଚର୍ଯ୍ୟର କଥା ଏଠାକୁ ପୁରୁଷମାନେ ଯିବାକୁ ହେଲେ ପ୍ରଥମେ ସେମାନଙ୍କୁ ନିବସ୍ତ୍ର ହୋଇ ଗାଧୋଇବା ଆବଶ୍ୟକ।

Okinoshima-Japanese-Island

ଏହି ନିୟମ ଏତେ କଠୋର କରାଯାଇଛି ଯେ, ବର୍ଷକୁ ମାତ୍ର ୨୦୦ ଜଣ ପୁରୁଷ ହିଁ ଏହି ଦ୍ୱୀପକୁ ଯାଇଥାନ୍ତି। ଯେଉଁ ଲୋକ ଏହି ଆଇଲ୍ୟାଣ୍ଡକୁ ଯାଇଥାନ୍ତି, ସେଠାରୁ କୌଣସି ବି ଜିନିଷ ଆଣିବାକୁ ସେମାନଙ୍କୁ ମନା କରାଯାଇଥାଏ। ୟୁନିସ୍କୋ ଏହି ଆଇଲ୍ୟାଣ୍ଡକୁ ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.