୮ ବର୍ଷର ଛୁଆକୁ ଦଂଶନ ପରେ ମରିଗଲା ସାପ
ଉତ୍ତର ପ୍ରଦେଶର ଯୌନପୁର ଜିଲ୍ଲାରୁ ଏକ ଆଶ୍ଚଯ୍ୟର୍ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ବିଷଧର ସାପ ଛୋଟ ଛୁଆଟିକୁ ଛୋଟ ମାରିବା ପରେ ହିଁ ସାପଟିର ମୃତ୍ୟୁ ହୋଇଯାଇଛି। ମୁଗୁରାବାଦଶାହାପୁର ଥାନା କ୍ଷେତ୍ରରେ ବଡାଗାଁରେ ଗତ ମଙ୍ଗଳବାର ଦିନ କମଲେଶ ମୌର୍ଯ୍ୟଙ୍କ ପୁତ୍ର ଅଂଶ ମୌର୍ଯ୍ୟ (୮) ଘର ବାହାରେ ଖେଳୁଥିବା ସମୟରେ ଏକ ବିଷଧର ସାପ ଚୋଟ ମାରିବା ପରେ ଘଟଣା ସ୍ଥଳରେ ହିଁ ଉକ୍ତ ସାପଟିର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ପରିବାର ସଦସ୍ୟ ଏକ ଘରୋଇ ହସ୍ପିଟାଲରେ ଅଂଶର ଚିକିତ୍ସା କରାଇଥିଲେ। ଶେଷରେ ଦୀର୍ଘ ୧ ଘଣ୍ଟା ଧରି ଚିକିତ୍ସା କରିବା ପରେ ଡାକ୍ତର ଅଂଶକୁ ମୃତ ଘୋଷଣା କରିଥିଲେ।