ଜାଣନ୍ତୁ ତିହାର ଜେଲ୍‌ରେ କେମିତି କଟିଲା ଚିଦାମ୍ବରମ୍‌ଙ୍କ ପ୍ରଥମ ରାତି

କେନ୍ୟୁଜ୍ : ତିହାର ଜେଲ୍‌ରେ କଟିଲା ଚିଦାମ୍ବରମ୍‌ଙ୍କ ପ୍ରଥମ ରାତି । ଏକ ସାମାନ୍ୟ କଏଦୀ ଭାବେ ପ୍ରଥମ ରାତି କଟିଛି । ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ଜେଲ୍‌ ନମ୍ବର ୭ରେ ରଖାଯାଇଛି । ତାଙ୍କୁ ଗୋଟିଏ ଅଲଗା ସେଲ୍‌ ମିଳିଛି । ଘଟଣାଚକ୍ରରେ ଏହି ଏକା ମାମଲାରେ ଗତବର୍ଷ ତାଙ୍କ ପୁଅ କାର୍ତି ମଧ୍ୟ ଏହି କୋଠାରିରେ ୧୨ ଦିନ ରହିଥିଲେ। ତେବେଚିଦାମ୍ବରମ୍‌ଙ୍କୁ  ଚଷମା ଓ ମେଡିସିନ୍‌ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଚିଦାମ୍ବରମ୍‌ଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରାଯାଇଛି । ସେ ରହୁଥିବା ସେଲ୍‌ର ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି ।

p.chidambaramଜେଲ୍‌ ନିୟମ ଅନୁସାରେ ତାଙ୍କୁ ଗୋଟିଏ ତକିଆ ଓ ଗୋଟିଏ କମ୍ବଳ ଦିଆଯାଇଛି । ସେହିପରି ପେପର ପଢିବା ଓ ଟିଭିର ସୁବିଧା ମଧ୍ୟ ରହିଛି । ରାତିରେ ରୁଟି, ଡାଲି ଓ ଭାତ ଦିଆଯାଇଥିବା ବେଳେ ଆଜି ସକାଳେ ଚା’ ସହିତ ପୋହା, ଦଲିଆ ଓ ବ୍ରେଡ୍‌ ଦିଆଯାଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିହାର ଜେଲ୍‌ରେ ରହିବେ ଚିଦାମ୍ବରମ୍‌ ।

chidambaramସେ ରିଜର୍ଭ ଓସ୍‌ମୋସିସ୍‌ ପ୍ଲାଣ୍ଟ୍‌ କିମ୍ବା କ୍ୟାଣ୍ଟିନ୍‌ରୁ କିଣାଯାଇଥିବା ବୋତଲ ପାଣି ପିଇପାରିବେ। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଜେଡ୍‌+ ନିରାପତ୍ତା ପାଉଥିବା ପି ଚିଦମ୍ବରମ୍‌ ତିହାର ଜେଲ୍‌ରେ ଅନ୍ୟ କୌଣସି ସ୍ୱତନ୍ତ୍ର ସୁବିଧା ପାଇବେ ନାହିଁ। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।