ନୋକିଆ ପାଓ୍ଵାର ଇଅରବଡସ୍‌ ଲଞ୍ଚ, ୧୫୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବ୍ୟାଟେରୀ

ବର୍ଲିନରେ ଚାଲିଥିବା ଇଣ୍ଟରନ୍ୟାସନାଲ ଫକକୋଷ୍ଟଲଂ (IFA 2019 ) ଏଚଏମ୍‌ଡି ଗ୍ଲୋବାଲ ପକ୍ଷରୁ ନୋକିଆର ପାଓ୍ଵାର ଇଅରବଡସ୍‌ ଲଞ୍ଚ କରାଯାଇଛି। ଏହା ଏକ ୱେୟାରଲେସ ଇଅରବଡସ୍‌, ଯାହାର ବ୍ୟାଟେରୀ କ୍ଷମତା ୧୫୦ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।

ଏହାକୁ ଚାର୍ଜ କରିବା ପାଇଁ ନୋକିଆ ପକ୍ଷରୁ ୩୦୦୦ mAh ଚାର୍ଜିଂ କେସ ପ୍ରଦାନ କରାଯାଇଛି। ଏହି ଇଅରବଡସର ମୂଲ୍ୟ ୭୯ ୟୁରୋ ଅର୍ଥାତ୍‌ ୬,୩୦୦ ଟଙ୍କା ରହିଛି। ଏହାର ବିକ୍ରି ଅକ୍ଟୋବରରୁ ହେବ। ନୋକିଆ ପାଓ୍ଵାର ଇଅରବଡସର ବ୍ୟାକ୍‌ଅପ୍‌ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହାର କେସ୍‌ ୫୦mAh କ୍ଷମତା ବିଶିଷ୍ଟ ଇଅରବଡସକୁ ୩୦ ଥର ଫୁଲ୍‌ ଚାର୍ଜ କରିପାରିବ।

8

ଏହି ଇଅରବଡସକୁ କେବଳ ନୋକିଆ କେସ୍‌ ଜରିଆରେ ଚାର୍ଜ କରାଯାଇପାରିବ କିନ୍ତୁ ଏହାର କେସକୁ ଆପଣ ୟୁଏସବି ଚାର୍ଜିଂ ପୋର୍ଟରେ ଚାର୍ଜ କରିପାରିବେ। ଏଥିରେ ଭଏଏସ୍‌ ଆସିଷ୍ଟାଣ୍ଟର ମଧ୍ୟ ସପୋର୍ଟ ସହ ବ୍ଲୁଟୁଥ ମଧ୍ୟ ରହିଛି। ଏହାକୁ ଓ୍ଵାଟରପ୍ରୁଫ ଏବଂ ଡଷ୍ଟପ୍ରୁଫ ପାଇଁ IPX7 ରେଟିଂ ମଧ୍ୟ ମିଳିଛି। ଏହାକୁ ଆପଣ ୧ ମିଟର ପାଣି ଭିତରେ ୩୦ ମିନିଟ ପର୍ଯ୍ୟନ୍ତ ରଖିପାରିବେ। କିନ୍ତୁ ଏହା କେବେ ଭାରତରେ ଲଞ୍ଚ ହେବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.