Below header

ସାମାନ୍ୟ ଭୁଲ ପାଇଁ ସାଙ୍ଗମାନଙ୍କ ଆଗରେ ହ୍ରିତିକ୍‌ଙ୍କୁ ମାରିଥିଲେ ବାପା ରାକେଶ ରୋଶନ୍‌, ଜାଣନ୍ତୁ କାହିଁକି

ହ୍ରିତିକ୍‌ ରୋଶନ୍‌ଙ୍କ ସହ ତାଙ୍କ ବାପା ରାକେସ ରୋଶନ୍‌ଙ୍କ ଭଲପାଇବା ଅତି ନିବିଡ। ପରସ୍ପର ଦୁହେଁ ଦୁହିଁଙ୍କର ଅତି କ୍ଲୋଜ୍‌ ମଧ୍ୟ। ଛୋଟ ବେଳୁ ଆରମ୍ଭ କରି ବର୍ତ୍ତମାନ ପଯ୍ୟର୍ନ୍ତ ଏ ପରି କିଛି ଛୋଟ ଛୋଟ କାହାଣୀ ରହିଛି ଯାହା ତାଙ୍କୁ ତାଙ୍କ ପିଲାବେଳ ମନେପକାଇଦେଇଥାଏ। ଯେପରି ଥରେ ହ୍ରିତିକ୍‌ଙ୍କର ଗୋଟେ ଭୁଲ୍‌ ପାଇଁ ବାପା ରାକେସ ରୋଶନ୍‌ ତାଙ୍କୁ ସାଙ୍ଗମାନଙ୍କ ସାମ୍ନାରେ ମାରିଥିଲେ। ଆଜି ରାକେସ ରୋଶନଙ୍କ ଜନ୍ମଦିନରେ ଜାଣନ୍ତୁ କଣ ଥିଲା ସେଦିନ ହ୍ରିତିକଙ୍କ ଭୁଲ୍‌, ଯାହା ପାଇଁ ସେ ସାଙ୍ଗମାନଙ୍କ ଆଗରେ ମାଡ ଖାଇଥିଲେ।

hrithik_rakesh

ରିପୋର୍ଟ ଅନୁଯାୟୀ ହ୍ରିତିକ୍‌ ଛୋଟବେଳୁ ହିଁ ରାକେସ ରୋଶନ୍‌ଙ୍କ ପ୍ରିୟ ଥିଲେ। ରାକେସ କେବେ ମଧ୍ୟ ହ୍ରିତିକଙ୍କ ଉପରକୁ ହାତ ଉଠାଇ ନଥିଲେ କି ରାଗି ନଥିଲେ ମଧ୍ୟ। କିନ୍ତୁ ଥରେ ରାକେସଙ୍କୁ ତାଙ୍କ ପୁଅ ଉପରେ ଏତେ ରାଗ ଆସିଥିଲା ଯେ ହ୍ରିତିକ୍‌ଙ୍କୁ ଖୁବ୍‌ ମାଡ ମାରିଥିଲେ। କାରଣ ଥରେ ହ୍ରିତିକ ସାଙ୍ଗମାନଙ୍କ ସହ ଘରେ ପାର୍ଟି କରୁଥିଲେ। ଏହି ସମୟରେ ସେ ଖେଳରେ ଖେଳରେ ଖାଲି କାଚ ବୋତଲ ଘର ଭିତରୁ ଫୋପାଡିବା ଆରମ୍ଭ କରିଥିଲେ। ଏହାଦେଖି ରାକେସଙ୍କୁ ବହୁତ ରାଗ ଆସିଥିଲା, ଯାହା ପଳରେ ସେ ସାଙ୍ଗମାନଙ୍କ ସାମ୍ନାରେ ହିଁ ପୁଅକୁ ମାଡ ମାରିଥିଲେ। ହ୍ରିତିକଙ୍କୁ ମାଡ ମାରିବା ଭଳି ଘଟଣା ରାକେସଙ୍କ ପାଇଁ ଏହା ପ୍ରଥମ ଏବଂ ଶେଷ ଥିଲା।

ଏହାସହ ପଢନ୍ତୁ: ରିଲିଜ୍‌ ହେଲା ‘ଓ୍ଵାର’ ଫିଲ୍ମର ପ୍ରଥମ ସଙ୍ଗ, ଦେଖନ୍ତୁ ଅରଜିତ୍‌ ସିଂହ ଓ ଶିଳ୍ପା ରାଓ ଗାଇଥିବା ଏହି…

ରାକେସ ରୋଶନ୍‌ ସର୍ବଦା ପୁଅକୁ ସଠିକ୍‌ ମାର୍ଗ ଦେଖାଉଥିଲେ। ଯେତେବେଳେ ହ୍ରିତିକ୍‌ ଫିଲତମରେ ଅଭିନୟ କରିବା ପାଇଁ ଇଛା ପ୍ରକାଶ କରିଥିଲେ ସେହି ସମୟରେ ରାକେସ ମଧ୍ୟ ପୁଅର ଏହି ନିପେତିକୁ ସମ୍ମାନ କରିଥିଲେ। ରାକେସ ରୋଶନ୍‌ ନିଜେ ହିଁ ହ୍ରିତିକଙ୍କୁ ବଲିଉଡରେ ଏଣ୍ଟ୍ରି କରାଇଥିଲେ।ରାକେସ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ହ୍ରିତିକଙ୍କ ଡେବ୍ୟୁ ଫିଲ୍ମ ‘କହୋନା ପ୍ୟାର ହେ’ ୨୦୦୦ ମସିହାରେ ସବୁଠାରୁ ଅଧିକ ଇନକମ୍‌ କରିଥିଲା। ଏଥିସହ ସବୁଠାରୁ ଅଧିକ ଆଓ୍ଵାଡ ପାଇଥିବାରୁ ଏହି ଫିଲ୍ମର ନାଁ କୁ ଲିମକା ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସାମିଲ କରାଯାଥିଲା। ରିପୋର୍ଟ ଅନୁଯାୟୀ ୧୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ୬୨ କୋଟି ଟଙ୍କା ଆୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.