Below header

ଇଣ୍ଡିଆନ୍ ଗ୍ରାଁ ପ୍ରି-୬ରେ ସ୍ବର୍ଣ୍ଣ ପଦକ ହାସଲ କଲେ ଦୌଡ଼ରାଣୀ ଦୂତି ଚାନ୍ଦ

ଏନ୍‌ଆଇଏସ୍‌ ପାତିଆଲାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୬ରେ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ୧୧.୪୩ ସେକେଣ୍ତ ସମୟ ନେଇ ଏହି ସଫଳତା ପାଇଛନ୍ତି। ତାଙ୍କ ପଛକୁ କେରଳର ଜିଲ୍‌ନା ଏମ୍‌ଭି ୧୧.୭୭ ସେକେଣ୍ତ ସହ ରୌପ୍ୟ ଏବ˚ ମଧ୍ୟପ୍ରଦେଶର ଇନ୍ଦୁ ପ୍ରସାଦ ୧୨.୫୬ ସେକେଣ୍ତ ସହ କା˚ସ୍ୟ ପଦକ ଜିତିଛନ୍ତି। ଦୂତି ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଚଳିତ ମାସ ୨୭ ତାରିଖରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ‌ଯୋଗ୍ୟତା ଅର୍ଜନ କରିବାରୁ ବିଫଳ ହୋଇଛନ୍ତି। କାତାରର ଦୋହାଠାରେ ଖେଳାଯିବାକୁ ଥିବା ବିଶ୍ବ ଦୌଡ଼କୁଦ ଲାଗି ମହିଳା ୧୦୦ ମିଟରର ଯୋଗ୍ୟତା ସମୟ ୧୧.୨୪ ସେକେଣ୍ଡ ଥିଲା ବେଳେ ଦୂତି ଏହା‌ଠାରୁ ୦.୧୯ ସେକେଣ୍ଡ ଅଧିକ ନେଇଥିଲେ।

ଏହାସହ ପଢନ୍ତୁ: ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି, ସୂଚନା ଦେଲେ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା

ଏହି ପ୍ରତିଯୋଗିତା ବିଶ୍ବ ଦୌଡ଼କୁଦ ଲାଗି ଯୋଗ୍ୟତା ଅର୍ଜନ କରିବା ପାଇଁ ଭାରତୀୟ ଖେଳାଳିଙ୍କ ଲାଗି ଶେଷ ସୁଯୋଗ ହୋଇଥିବାରୁ ଦୂତି ଏଥିରେ ଅଂଶଗ୍ରହଣ କରିବାର ଆଶା ମଉଳି ଯାଇଛି। ଅନ୍ୟପକ୍ଷରେ ପୁରୁଷ ସଟ୍‌ପୁଟରେ ଓଡ଼ିଶାର ଦେବୀଦତ୍ତ ମିଶ୍ର ୧୦.୫୭ ମିଟରରେ ନବମ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ହରିୟାଣାର ଇନ୍ଦ୍ରଜିତ ସି˚ହ, ପଞ୍ଜାବର ଜଶଦୀପ ଢିଲନ୍‌ ଓ ଦେବୀନ୍ଦର ସି˚ହ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କା˚ସ୍ୟ ପଦକ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.