Below header

ଟ୍ରେକିଙ୍ଗ ସମୟରେ ଯୁବକ କଲେ ଏମିତି ଭୁଲ ଯେ ପଛରେ ପଡିଗଲା ଅଦ୍ଭୁତ ଜୀବ, ଦେଖନ୍ତୁ ଭିଡିଓ

କେବେ ଯଦି ଆପଣ ଜଙ୍ଗଲରେ ଟ୍ରେକିଂ କିମ୍ବା ପଦଯାତ୍ରା ଉପଭୋଗ କରୁଥାନ୍ତି ଏବଂ ସେହି ସମୟରେ ଏକ ବଡ କ୍ୟାଟ୍‌ ଆପଣଙ୍କର ପିଛା କରେ ତେବେ ଆପଣ ସେହି ସମୟରେ କ’ଣ କରିବେ ? ଏପରି ପରିସ୍ଥିତି ଆସିବା ମାତ୍ରେ ନିଶ୍ଚୟ ଆପଣଙ୍କ ଛାତି ଥରି ଉଠିବ। କିନ୍ତୁ ଆମେରିକାର Utah ରାଜ୍ୟର ୨୬ ବର୍ଷିୟ Kyle Burgessଙ୍କ ସହ ଗତ ଶନିବାର ଦିନ ଏପରି କିଛି ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ସେ ଯେତେବେଳେ ପାହାଡ ରାସ୍ତାରେ ଯାଉଥିଲେ ସେହି ସମୟରେ ଏକ ଅଦ୍ଭୁତ ଜୀବ ତାଙ୍କ ପିଛା କରିଥିଲା। ଏହି ଯାତ୍ରା ସମୟରେ ଉକ୍ତ ଯୁବକ ଜଣକ ଭୁଲ ବସତଃ ଚିତାବାଘର ଛୁଆ ନିକଟରେ ପହଞ୍ଚି ଯାଇଥିଲେ, ଯାହାପରେ ଚିତାବାଘଟି ଉକ୍ତ ଯୁବକଙ୍କୁ ନିଜ ଅଞ୍ଚଳରୁ ବାହାର କରିବା ପାଇଁ ପିଛା କରିବା ଆରମ୍ଭ କରିଦେଇଥିଲା, ଯାହାର ଭିଡିଓ ଇଣ୍ଟରନେଟ୍‌ ରେ ଭାଇରାଲ ହେବାରେ ଲାଗିଛି।

leopardଟ୍ଵିଟର ବ୍ୟବହାରକାରୀ @RexChapman ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ‘ବ୍ୟକ୍ତି ଜଣକ ନିଜ ରାସ୍ତାରେ ଯାଉଥିଲେ, ଯାହାଙ୍କୁ ଆମେରିକୀ ଚିତାବାଘ ୬ ମିନିଟ୍‌ ରୁ ଅଧିକ ସମୟ ପର୍ଯ୍ୟନ୍ତ ପିଛା କରିଥିଲା। ଏହି ଭିଡିଓକୁ ବର୍ତ୍ତମାନ ୨୭ ଲକ୍ଷରୁ ଅଧିକ ଲୋକ ଦେଖିବା ସହ ୨୫ ହଜାରରୁ ଅଧିକ ଲାଇକ୍‌ ମଧ୍ୟ ମିଳିସାରିଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଉକ୍ତ ବ୍ୟକ୍ତି ଜଣକ ପାହାଡି ରାସ୍ତାରେ ଯାଉଥିବା ସମୟରେ ଯୁବକ ଜଣକଙ୍କ କ୍ୟାମେରା ଚିତାବାଘ ଉପରେ ରହିଛି, ଯାହା ଅନେକ ଦୂର ପର୍ଯ୍ୟନ୍ତ ତାଙ୍କ ପିଛା କରିଥିବାର ନଜର ଆସିଛି। ଏହି ସମୟରେ ଯେତେବେଳେ ଯୁବକ ଜଣକ ପଛକୁ ବୁଲି କଙ୍ଗାରୁକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ସେହି ସମୟରେ ଚିତାବାଘଟି ଦୌଡିବା ଭଳି ପୋଜିସନ୍‌ ରେ ଆସି ଉକ୍ତ ଯୁବକଙ୍କୁ ଡରାଇଦେଉଥିଲା। ଏମିତି କିଛି ସମୟ କରିବା ପରେ ସେ ସେଠାରୁ ଚାଲିଯିବାର ଦେଖିବାକୁ ମିଳିଛି। ଏନେଇ କିଛି ଲୋକମାନେ କହିଛନ୍ତି, ସେ କେବଳ ନିଜ ପିଲାର ସୁରକ୍ଷା ପାଇଁ ଏପରି କରୁଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.