iPhone 12 mini : ବିଶ୍ବର ସବୁଠାରୁ ଛୋଟ, ପତଳା ଓ ହାଲକା ୫ଜି ଫୋନ୍: ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

Apple ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ ଇଭେଣ୍ଟରେ iPhone 12 ସିରିଜ୍ ଲଞ୍ଚ କରିଛି। ଏହି ସିରିଜରେ ୪ ଟି ମଡେଲ iPhone 12 mini, iPhone 12, iPhone 12 Pro ଓ ଲଞ୍ଚ iPhone 12 Pro Max କରାଯାଇଛି। iPhone 12 ସିରିଜର ସବୁଠାରୁ ଛୋଟ ଓ ଶସ୍ତା ମଡେଲ ଭାବରେ ଲଞ୍ଚ କରାଯାଇଛି। ୪ଟି ନୂଆ iPhone ମଡେଲରେ ୫ଜି ସପୋର୍ଟ ଆପଲର A14 Bionic ପ୍ରୋସେସର ଦିଆଯାଇଛି ଓ ଏହା iOS 14 ରେ ଚାଲିଥାଏ। Apple ଦାବି ଅନୁସାରେ iPhone 12 mini ବିଶ୍ବର ସବୁଠାରୁ ଛୋଟ, ପତଳା ଓ ହାଲକା ୫ଜି ଫୋନ୍।

iPhone 12 mini ଭାରତର ୬୪ଜିବି ଭାରିଆଣ୍ଟ ପାଇଁ ୬୯,୯୦୦ ଟଙ୍କା, ୧୨୮ଜିବି ଭାରିଆଣ୍ଟ ପାଇଁ ୭୪,୯୦୦ ଟଙ୍କା ଓ ୨୫୬ ଜିବି ଭାରିଆଣ୍ଟ ପାଇଁ ୮୪,୯୦୦ ଟଙ୍କା ରଖାଯାଇଛି। ଗ୍ରାହକ ଏହାକୁ ବ୍ଲାକ, ବ୍ଲୁ, ଗ୍ରୀନ୍, ପ୍ରଡକ୍ଟ(ରେଡ୍) ଓ ହ୍ବାଇଟ କଲର ଅପ୍ସନରେ କିଣି ପାରିବେ। ଏବେ ଭାରତରେ ଏହାର ବିକ୍ରି କେବେ ଆରମ୍ଭ ହେବ ଏବିଷୟରେ ସୂଚନା ଦିଆଯାଇ ନାହିଁ।

ipnoe 12 mini

ଉଲ୍ଲେଖନୀୟ ଯେ, ଆପଲ ନିଜର ନିଜର iPhone 12 mini ଲାଇନଅପରେ ପ୍ରଥମ ଥର ‘ମିନି’ ମନିକରର ବ୍ୟବହାର କରିଛି। ଏହା ପୂର୍ବରୁ iPod mini, iPad mini ଓ Mac mini ପାଇଁ ବ୍ୟବହାର କରାଯାଇଛି। ଛୋଟ ସାଇଜ୍ ଦେଖି ବଡ ଡିସପ୍ଲେ ଦେବା ପାଇଁ କମ୍ପାନୀ iPhone 12 mini ରେ ଟଚ୍ ଆଇଡିକୁ ହଟାଇ ଦେଇଛି ଓ ଏହି ସ୍ଥାନରେ ଫେସ୍ ଆଇଡି ଦିଆଯାଇଛି।

iphone 12

ସ୍ପେସିଫିକେସନ୍:

ଡୁଆଲ ସିମ୍ (ନାନୋ+ ଇ ସିମ୍) ସର୍ପୋଟ ଥିବା ଏହି ଫୋନ iOS 14 ରେ ଚାଲିଥାଏ ଓ ଏଥିରେ ୫.୪ ଇଞ୍ଚ ସୁପର Retina XDR OLED କମ୍ପ୍ୟୁଟର ଡିସପ୍ଲେ ଦିଆଯାଇଛି। ଏହା ସହିତ ଏହାର ଟପରେ ସେରାମିକ୍ ସିଲ୍ ଗ୍ଲାସ କଭର ମଧ୍ୟ ଦିଆଯାଇଛି। ଏଥିରେ A14 Bionic ପ୍ରୋସେସର ମଧ୍ୟ ରହିଛି। ଫଟୋଗ୍ରାଫି ପାଇଁ iPhone 12 mini ରେ ରିୟର ଡୁଆଲ କ୍ୟାମେରା ସେଟଅପ୍ ଦିଆଯାଇଛି। ସେଟଅପ୍ ଦୁଇଟି କ୍ୟାମେରାରେ ୧୨ ଏମପି ରହିଛି। ଏକ ଓ୍ବାଇଡ୍ ଆଙ୍ଗେଲ ଓ ଅଲଟ୍ରା ଭାଓଲେଟ୍ ଆଙ୍ଗଲ ସୁଟର ରହିଛି। ଏଥିରେ ୧୫ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ଦେଖିପାରିବେ ବୋଲି କମ୍ପାନୀ ଦାବି କରିଛି। ଏହା ସହିତ ଏଥିରେ 15W MagSafe ଓ୍ବେୟାରଲେସ୍ ଚାର୍ଜିଂର ସପୋର୍ଟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.