Below header

ଏସିଆ କପ୍ : ୨୪୦ ରନ୍ ଟାର୍ଗେଟ୍ ରଖିଲା ବାଂଲାଦେଶ, ପାକିସ୍ତାନ ୩ ରନରେ ହରାଇଲା ୨ଟି ୱିକେଟ୍

ଦୁବାଇ : ଆଜି ଏସି କପ୍ ମ୍ୟାଚରେ ଚାଲିଛି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୩୯ ରନ୍ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ତେବେ ମୁସଫିକର ରହିମ ୯୯ ରନ୍ କରି ମାତ୍ର ଗୋଟିଏ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ମହମ୍ମଦ ମିଥୁନ ୬୦ ରନ୍ କରିଥିଲେ । ଅନ୍ୟ କୌଣସି ଖେଳାଳି ଭଲ ସ୍କୋର କରି ପାରିନଥିଲେ । ୪୮.୫ ଓଭର ଖେଳି ବାଂଲାଦେଶର ସମସ୍ତ ଖେଳାଳି ଆଉଟ୍ ହୋଇ ଯାଇଥିଲେ ।

ପାକିସ୍ତାନ ପକ୍ଷରୁ ପେସ୍ ବୋଲର ଜୁନାଇଦ୍ ଖାନ୍ ୧୯ ରନରେ ୪ ୱିକେଟ୍ ଦଖଲ କରିଥିଲେ ।

ଏହି ମ୍ୟାଚ୍ ଜିତିଲେ ବାଂଲାଦେଶ ଫାଇନାଲ୍ ଖେଳିବାର ସମ୍ଭାବନା ଅଛି । ଠିକ୍ ସେହିପରି ଫାଇନାଲକୁ ଯିବା ପାର୍ଇ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ଜରୁରୀ । ତେବେ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିବା ପାକିସ୍ତାନକୁ ଆରମ୍ଭରୁ ଝଟକା ଲାଗିଛି । ଏହାର ୨ଟି ପ୍ରମୁଖ ୱିକେଟ୍ ମାତ୍ର ୩ ରନରେ ଖସି ପଡ଼ିଛି । ଓପ୍ନର ଫଖର ଜମନ ଓ ତିନି ନମ୍ବର ବ୍ୟାଟସମ୍ୟାନ ବାବା ଆଜମ ୧ ରନ୍ ଲେଖାଏଁ କରି ଆଉଟ୍ ହୋଇଛନ୍ତି ।

 

ସ୍କୋର : ୨୩୯/୧୦, ୪୮.୫ ଓଭର (ମୁସଫିକର ରହିମ ୯୯, ମହମ୍ମଦ ମିଥୁନ ୬୦  ଜୁନାଇଦ ଖାନ୍ ୪/୧୯)

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.