Below header

ଏସୀୟ କ୍ରୀଡ଼ା : କ୍ରିକେଟ ଏବଂ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ କ୍ରିକେଟ ଏବଂ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୦୨ରେ ପହଞ୍ଚିଛି । ସେଥିମଧ୍ୟରେ ୨୭ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ରହିଛି ।

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ। ଆଜି ଫାଇନାଲରେ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ମ୍ୟାଚ ଅଧାରୁ ବର୍ଷା ବାଧକ ସାଜିଥିଲା । ମ୍ୟାଚ ବାତିଲ ହୋଇଥିଲେ ବି ଆଫଗାନିସ୍ତାନ ଅପେକ୍ଷା ଭାରତ ଭଲ ପ୍ରଦର୍ଶନ କରିଥିବାରୁ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି ।

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ୧୮.୨ ଓଭରରେ ୫ ୱିକେଟରେ ୧୧୨ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ଆଫଗାନିସ୍ତାନ ପକ୍ଷରୁ ଶାହିଦୁଲ୍ଲା ସର୍ବାଧିକ ୪୯ ରନ ଓ ଅଧିନାୟକ ଗୁଲବଦିନ ୨୭ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଶିବମ ଦୁବେ, ଶାହବାଜ ଅହମଦ, ରବି ବିଷ୍ଣୋୟୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ସେହିପରି ପୁରୁଷ ବ୍ୟାଟମିଣ୍ଟନ ଡବଲ୍ସ ଫାଇନାଲରେ ସାତ୍ୱିକ ଚିରାଗ- ସାତ୍ୱିକ ସାଇରାଜ ରଙ୍କିରେଡ୍ଡୀ ସ୍ୱର୍ଣ୍ଣ ଜିତିଛନ୍ତି । ଦକ୍ଷିଣ କୋରିଆର ଚୋଇ ସୋଲ ଗ୍ୟୁ- କିମ ଓନ ହୋ’ଙ୍କୁ ୨୧-୧୮, ୨୧-୧୬ରେ ପରାସ୍ତ କରିଛନ୍ତି । ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସ / ଡବଲ୍ସରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି ।

ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୦୨ରେ ପହଞ୍ଚିଛି । ସେଥିମଧ୍ୟରେ ୨୭ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.