Below header

ଏସିଆନ ପାରା ଗେମ୍ସ ୨୦୨୩ : ଭାରତର ଦମଦାର ଆରମ୍ଭ, ହାଇ ଜମ୍ପ କ୍ଲବ ଥ୍ରୋ ଏଫ୫୧ରେ ଜିତିଲା ସମସ୍ତ ମେଡାଲ

ଏସିଆନ ପାରା ଗେମ୍ସ ୨୦୨୩ ଭାରତର କମାଲ । ଭାରତର ନିଶାଦ କୁମାର ହାଇ ଜମ୍ପରେ ୨.୦୨ ମିଟର ଲମ୍ଫ ଦେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ ପୁରୁଷ ହାଇ ଜମ୍ପ ଟି୬୩ ଏବଂ ପୁରୁଷ କ୍ଲବ ଥ୍ରୋ ଏଫ୫୧ରେ ୩ଟି ଯାକ ମେଡାଲ ଜିତିଛି ଭାରତ । ହାଇଜମ୍ପ ଟି୬୩ରେ ଶୈଳେଶ କୁମାର ସ୍ୱର୍ଣ୍ଣ, ମରିୟପ୍ପନ ଥଙ୍ଗାଭେଲୁ ରୌପ୍ୟ ଏବଂ ରାମ ସିଂ ପାଧିୟାର ବ୍ରୋଞ୍ଜ ଜିତିଛନ୍ତି ।

ଏସିଆନ ପାରା ଗେମ୍ସ ୨୦୨୩ ଚୀନର ହାଙ୍ଗଝୌରେ ଆରମ୍ଭ ହୋଇଯାଇଛି । ଏସିଆନ ଗେମ୍ସ ଭଳି ଏହି ଇଭେଣ୍ଟରେ ଭାରତୀୟ ଖେଳାଳି ଧମାକେଦାର ପ୍ରଦର୍ଶନ କରିଛନ୍ତି । ଏଠାରେ ଚାଲିଥିବା ୪ର୍ଥ ଏସିଆନ୍ ପାରା ଗେମ୍ସ ୨୦୨୨ରେ ପୁରୁଷ ହାଇ ଜମ୍ପ ଟି-୪୭ରେ କମାଲ କରିଛି । ଏହି ଇଭେଣ୍ଟରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ଜିତିଛି ଭାରତ । କ୍ଲବ ଥ୍ରୋ ଏଫ୫୧ରେ ଭାରତୀୟ ଖେଳାଳିଙ୍କ ଦବଦବା ରହିଛି ।

ଭାରତର ନିଶାଦ କୁମାର ହାଇ ଜମ୍ପରେ ୨.୦୨ ମିଟର ଲମ୍ଫ ଦେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ ପୁରୁଷ ହାଇ ଜମ୍ପ ଟି୬୩ ଏବଂ ପୁରୁଷ କ୍ଲବ ଥ୍ରୋ ଏଫ୫୧ରେ ୩ଟି ଯାକ ମେଡାଲ ଜିତିଛି ଭାରତ । ହାଇଜମ୍ପ ଟି୬୩ରେ ଶୈଳେଶ କୁମାର ସ୍ୱର୍ଣ୍ଣ, ମରିୟପ୍ପନ ଥଙ୍ଗାଭେଲୁ ରୌପ୍ୟ ଏବଂ ରାମ ସିଂ ପାଧିୟାର ବ୍ରୋଞ୍ଜ ଜିତିଛନ୍ତି । ଶୈଳେଶ କୁମାର ୧.୮୨ ମିଟର ଏସିଆ ପାରା ଖେଳରେ ରେକର୍ଡ କରିବା ସହିତ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିଭଳି ମରିୟପ୍ପନ ୧.୮୦ ମିଟର, ରାମ ସିଂ ୧.୭୮ ମିଟର ଜମ୍ପ ଲଗାଇଛନ୍ତି ।

ତେବେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ପାରା ଗେମ୍ସ । ଭାରତରୁ ମୋଟ ୩୦୯ ଜଣ ଆଥଲେଟ ଏଥିରେ ଭାଗ ନେଉଛନ୍ତି । ୧୯୬ ଜଣ ପୁରୁଷ ୧୧୩ ମହିଳା ଆଥଲେଟ ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରୁ ୭ ଜଣ ଭାଗ ନେଉଛନ୍ତି । ସେମାନେ ହେଲେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖାଲ କୁମାର ସେଠୀ, ଭି. ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଏବଂ ପୂଜାସ୍ବିନୀ ନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.