Below header

ଫାଇନାଲକୁ ଯିବା ଆଶା ମଉଳି ଗଲା, ରୋମାଞ୍ଚକର ସେମିଫାଇନାଲରେ ଭାରତକୁ ୫ ରନ୍‌ରେ ହରାଇ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ

କଙ୍ଗାରୁ ଟିମର ୧୭୩ ରନ୍‌ ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଟିମ ୮ ଓ୍ଵିକେଟ ହରାଇ ୧୬୭ କରିଥିଲା । ଏହି ପରାଜୟ ସହ ଚଳିତ ବିଶ୍ୱକପରେ ଭାରତର ଅଭିଯାନ ଶେଷ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ମହିଳା ଟି-୨୦ ବିଶ୍ୱକପ୍‌ ଅଭିଯାନରୁ ବାଦ ପଡିଲା ଭାରତ । ରୋମାଞ୍ଚକର ସେମିଫାଇନାଲରେ ଭାରତକୁ ୫ ରନ୍‌ରେ ହରାଇ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । କଙ୍ଗାରୁ ଟିମର ୧୭୩ ରନ୍‌ ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଟିମ ୮ ଓ୍ଵିକେଟ ହରାଇ ୧୬୭ କରିଥିଲା । ଏହି ପରାଜୟ ସହ ଚଳିତ ବିଶ୍ୱକପରେ ଭାରତର ଅଭିଯାନ ଶେଷ ହୋଇଛି ।

ଏହି ମ୍ୟାଚରେ ବିଜୟ ପାଇଁ ଭାରତ ଆଗରେ ୧୭୩ ରନର ଲକ୍ଷ୍ୟ ଥିବାବେଳେ ଭାରତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ ହିଁ କରିପାରିଥିଲା । ଭାରତର ପ୍ରାରମ୍ଭିକ ୩ ଜଣ ବ୍ୟାଟ୍ସର ସହଳ ଆଉଟ ହୋଇ ଫେରିବା ଫଳରେ ଆରମ୍ଭରୁ ହିଁ ଭାରତୀୟ ଦଳକୁ ଝଟକା ଲାଗିଥିଲା । ତେବେ ଅଧିନାୟିକା ହରମନପ୍ରିତ କୌର ସର୍ବାଧିକ ୫୨ ରନ କରିଥିବାବେଳେ ଜେମିମା ରୋଡ୍ରଗସ ୪୩ରନ କରିଥିଲେ । ଉଭୟ ଲଢୁଆ ବ୍ୟାଟିଂ କରି ଦଳର ଆଶାକୁ ବଞ୍ଚାଇରଖିଥିଲେ । ତେବେ କୌର ରନଆଉଟ ହେବା ପରେ ପୁଣି ଦଳ ପାଇଁ ବିପଦ ମାଡ଼ିଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.