Below header

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

ଆଗାମୀ ୫ ବର୍ଷ ମଧ୍ୟରେ ବିସିସିଆଇ ହେବ ମାଲାମାଲ । ଭାରତର ୮୮ ଘରୋଇ ମ୍ୟାଚ ଜରିଆରେ ଟିଭି ଏବଂ ଡିଜିଟାଲ ରାଇଟ୍ସକୁ ଅଲଗା ଅଲଗା ବିକ୍ରି କରି ପ୍ରାୟ ୧ ଆରବ ଡଲାର ବା ୮୨୦୦ କୋଟି ଟଙ୍କା ଆୟ କରିବା ଆଶା କରାଯାଉଛି ।

ଭାରତୀୟ କ୍ରିକେଟ ବୋର୍ଡ ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ । ଭାରତର ୮୮ ଘରୋଇ ମ୍ୟାଚ ଜରିଆରେ ଟିଭି ଏବଂ ଡିଜିଟାଲ ରାଇଟ୍ସକୁ ଅଲଗା ଅଲଗା ବିକ୍ରି କରି ପ୍ରାୟ ୧ ଆରବ ଡଲାର ଆୟ କରିବା ଆଶା କରାଯାଉଛି । ଗତ ୫ ବର୍ଷରେ ଏହି ଆୟ ୯୪ କୋଟି ୪୦ ଲକ୍ଷ ଡଲାର ଥିବା ବେଳେ ଆଗାମୀ ସଂସ୍କରଣରେ ବିସିସିଆଇ ଆହୁରି ଅଧିକ ଟଙ୍କା ହାସଲ କରିପାରିବ ବୋଲି ଅନୁମାନ କରାଯାଉଛି ।

ଭାରତୀୟ କ୍ରିକେଟ ବୋର୍ଡ ୨୦୨୮ ପର୍ଯ୍ୟନ୍ତ ୫ ବର୍ଷରେ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ପାଇଁ ଡିଜିଟାଲ ରାଇଟ୍ସକୁ ଅଲଗା ଅଲଗା ବିକ୍ରି କରିବାର ଯୋଜନା ରହିଛି । ଯାହାଫଳରେ ବିସିସିଆଇ ୮୨୦୦ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି ।

ନୂଆ ସିଜନରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୧ଟି ଘରୋଇ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ସେଥି ମଧ୍ୟରେ ୫ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ ରହିଛି । ସେହିପରି ଇଂଲଣ୍ଡ ବିପକ୍ଷରେ ମୋଟ ୧୮ଟି ମ୍ୟାଚ(୧୦ ଟେଷ୍ଟ, ୩ ଦିନିକିଆ ଏବଂ ୫ ଟି-୨୦) ଘରୋଇ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ।

ତେବେ ଏହି ପାଞ୍ଚ ବର୍ଷ ସମୟ ମଧ୍ୟରେ ମୋଟ ୨୫ଟି ଟେଷ୍ଟ ମ୍ୟାଚ ସହିତ ୨୭ଟି ଦିନିକିଆ ଏବଂ ୩୬ଟି ଟି-୨୦ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଗତ ୫ ବର୍ଷରେ ଭାରତ ଷ୍ଟାର ଇଣ୍ଡିଆରୁ ୯୪ କୋଟି ୪୦ ଲକ୍ଷ ହାସଲ କରିଛି । ଏଥିରେ ଟିଭି ଏବଂ ଡିଜିଟାଲ ମିଡିଆରେ ପ୍ରତି ମ୍ୟାଚ ପାଇଁ ୬୦ କୋଟି ଟଙ୍କା ସାମିଲ ରହିଛି । ଆଇପିଏଲ ସମୟରେ ମିଡିଆ ରାଇଟ୍ସରୁ ବିସିସିଆଇକୁ ୪୮,୩୯୦ କୋଟି ଟଙ୍କା ଆୟ ହୋଇଥିଲା ।

ତେବେ ଏଥର ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ବୋର୍ଡ ଅଲଗା ଅଲଗା ଭାବରେ ନିଲାମୀ କରିବ ବୋଲି ଜାଣିବାକୁ ମିଳିଛି । ଏହି ନିଲାମୀ ପ୍ରକ୍ରିୟା ଅଇପିଏଲ ଭଳି ଇ-ନିଲାମୀ ଜରିଆରେ କରାଯିବ । ତେବେ ଏ ନେଇ ଜଣେ ପ୍ରସାରକ କହିବା ମୁତାବକ, ବର୍ତ୍ତମାନ କୌଣସି ସଠିକ ଆକଳନ କରିବା ସମ୍ଭବ ନୁହେଁ । କିନ୍ତୁ ଗତ ସିଜନ ଅନୁସାରେ ଡଲାର ଏବଂ ଟଙ୍କାର ଅନୁପାତ ପରିବର୍ତ୍ତନ ହୋଇଯିବ ।

ଭାରତର ଘରୋଇ ମ୍ୟାଚ୍‌ ପାଇଁ ଡିଜନୀ, ଷ୍ଟାର ରିଲାଏନ୍ସ, ଭାଏକମ୍‌ ପ୍ରମୁଖ ଦାବିଦାର ରହିଥିବା ବେଳେ ଜି ମଧ୍ୟ ନିଲାମୀରେ ସାମିଲ ହୋଇପାରେ । ୩ ମାସ ପରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଯଦି ଏଥିରେ ଭାରତ ନ ଜିତେ ତେବେ ବିଜ୍ଞାପନ ରାଜସ୍ୱ ଉପରେ ପ୍ରଭାବ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.