ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ, ନିଆଁ ଲିଭାଇବାକୁ ଲାଗିଛି ୮ଟି ଅଗ୍ନିଶମ ଗାଡି

ନୂଆଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।

ନୂଆଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ।  ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ଘଟଣା ସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ବାହାର ଯାଏଁ ନିଆଁ ଓ ଧୂଆଁ ଦେଖାଯାଉଛି ।

ଏଣ୍ଡୋସ୍କୋପି ବିଭାଗର ପଛପାଖରେ ଜରୁରୀକାଳୀନ ବିଭାଗ ରହିଛି। ଏହା ପାଖରେ ଓପିଡି ମଧ୍ୟ ରହିଛି। ଏଥିପାଇଁ  ନିଆଁ ବ୍ୟାପିଯିବାର ଆଶଙ୍କା ଥିବାରୁ ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏବେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ନିଆଁ ସକାଳ ୧୧.୫୫ ମିନିଟରେ ଲାଗିଥିବା ସୂଚନା । ତେବେ ଘଟଣା ସ୍ଥଳରେ କେହି ହତାହତ ହୋଇନଥିବା ସୂଚନା ମିଳିଛି । ପରିସ୍ଥିତିର ସମୀକ୍ଷା କରିବା ଲାଗି ‘ଏମ୍‌ସ୍‌’ର ନିର୍ଦେଶକ ମଧ୍ୟ‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।