ସାପ ଏବଂ ଗାଈର ନିବିଡ଼ ବନ୍ଧୁତା, ସାପକୁ ଚାଟି ଚାଟି ପୁରା ଓଦା କରିଦେଲା ଗାଈ

ସାପ ଏବଂ ଗାଈ ମଧ୍ୟରେ ବାନ୍ଧି ହେଲା ନିବିଡ଼ ବନ୍ଧୁତା । ସାପ ବିଷାକ୍ତ ହୋଇଥିଲେ ମଧ୍ୟ ଗାଈକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇନି । ଗାଇଟି ସାପକୁ ଶୁଙ୍ଘି ଶୁଙ୍ଘି ଚୁମ୍ବନ କରିବା ସହ ଚାଟୁଥିବା ଦେଖାଯାଇଛି ।

ସାପକୁ ଚୁମ୍ବନ କଲା ଗାଈ । ସାପକୁ ଚାଟି ଚାଟି ପୂରା ଓଦା କରିଦେଲା । ସାପ ଏବଂ ଗାଈ ମଧ୍ୟରେ ବାନ୍ଧି ହେଲା ନିବିଡ଼ ବନ୍ଧୁତା । ତେବେ ସାପ ଭଳି ବିଷାକ୍ତ ଜୀବକୁ ଗାଈ କିପରି ଚାଟିଲା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ସେୟାର କରାଯାଉଛି । ଯାହା ସାଙ୍ଗେ ସାଙ୍ଗେ ଭାଇରାଲ ହୁଏ । କେତେକ ଭିଡିଓ ନିଜର ଭିନ୍ନ କଣ୍ଟେଟ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ । ଅନ୍ୟମାନେ ଏହି ଭିଡିଓକୁ ଦେଖି ଉପଭୋଗ କରିବା ସହ ଲାଇକ ଓ ସେୟାର କରିଥାନ୍ତି । ଏହିପରି ଏକ ସମାନ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହୋଇଛି।

ଗୋଟିଏ ଗାଈ ଏବଂ ସାପ ଏକାଠିଥିବା ଦେଖାଯାଇଛି । କେବଳ ଏକାଠି ଅଛନ୍ତି ତାହା ନୁହେଁ ଗାଇଟି ସାପକୁ ଶୁଙ୍ଘି ଶୁଙ୍ଘି ଚୁମ୍ବନ କରିବା ସହ ଚାଟୁଥିବା ଦେଖାଯାଇଛି । ଏହି ଘଟଣାର ଭିଡିଓ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ (ଆଇଏଫଏସ୍) ଅଧିକାରୀ ସୁଶାନ୍ତ ନନ୍ଦାଙ୍କ ଦ୍ୱାରା ସେୟାର କରାଯାଇଛି ।

୧୭ ସେକେଣ୍ଡର ଏହି ଭିଡିଓରେ, ଗୋଟିଏ ଗାଈ ଏବଂ ସାପ ପରସ୍ପରକୁ ଭୟ ନକରି କିମ୍ବା କେହି କାହାକୁ ଆକ୍ରମଣ ନକରି ଖେଳୁଥିବାର ଦେଖାଯାଇଛି । ଆରମ୍ଭରେ ଗାଈଟି ଅଳ୍ପ ଭୟଭୀତ ହୋଇଥିବା ଦେଖାଯାଇଛି ଯେହେତୁ ଏହା ଏକ ସରୀସୃପ । ଅନ୍ୟପଟେ ସାପଟି ଶାନ୍ତ ରହି ଗାଈକୁ ନିଜ ନିକଟକୁ ଆସିବାକୁ ଦେଇଥଲା । ସାପ ଭଳି ବିଷାକ୍ତ ଜୀବକୁ ଦେଖିଲେ ଅନ୍ୟ ଜୀବମାନେ ଆକ୍ରମଣ କରିଥାନ୍ତି । କିନ୍ତୁ ଗାଈଟି ଭୟ ନକରି ସାପର ନିକଟକୁ ଯାଇଛି ଏବଂ ଧିରେ ଧିରେ ଏହାକୁ ଚାଟିବାକୁ ଲାଗିଛି । ସାପଟି ମଧ୍ୟ ଗାଈକୁ ପାଲଟା ଆକ୍ରମଣ ନକରି ନିଜ ମୁହଁକୁ ଦେଖାଇଛି ।

ମାଇକ୍ରୋବ୍ଲଗିଂ ସାଇଟରେ ସୁଶାନ୍ତ ନନ୍ଦାଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓରେ ଦୁଇଟି ଜୀବଙ୍କ ମଧ୍ୟରେ କିପରି ବନ୍ଧୁତା ସୃଷ୍ଟି ହୋଇପାରଛି ତାହା ଦେଖାଯାଇଛି । ପରସ୍ପରକୁ ବିଶ୍ୱାସ କରି ସେମାନେ ନିକଟତର ହୋଇଛନ୍ତି । ସାପ ବିଷାକ୍ତ ହୋଇଥିଲେ ମଧ୍ୟ ଗାଈକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇନି । ଭିଡିଓ ଶେଷରେ ଗାଈଟି ହଠାତ ସାପକୁ ଚାଟିବାରେ ଲାଗିଥିଲା, ଯାହାକୁ ଭ୍ୟୁୟର୍ସମାନେ କଳ୍ପନା ମଧ୍ୟ କରିନଥିଲେ । ଭିଡିଓରେ ସାପ ଓ ଗାଈ ସମ୍ପୂର୍ଣ୍ଣ ଶାନ୍ତ ଭାବେ ନିକଟତର ହୋଇଥିବା ଦେଖିବାକୁ ମିଳିଛି । ସେୟାର ହୋଇଥିବା ଏହି ଭିଡିଓକୁ ୫ ଲକ୍ଷରୁ ଅଧିକତର ଦେଖାଯାଇଛି । ଏହି ଭିଡିଓରେ ୭,୫୭୦ ଲାଇକ୍ସ ମିଳିବା ସହ ଅନେକ କମେଣ୍ଟସ ମଧ୍ୟ ମିଳିଛି । ଗାଈ କେବଳ ନିଜ ଛୁଆକୁ ସ୍ନେହ କରିଥାଏ ତାହା ନୁହେଁ ତାର ସ୍ନେହ ସମସ୍ତଙ୍କ ପାଇଁ ସମାନ ଏହି ଭିଡିଓ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.