Below header

ଟଚ୍ ବାବା ବୁବୁ ଦେହୁରୀଙ୍କ ଦିବ୍ୟ ଚିକିତ୍ସା: ଛୁଇଁ ଦେଲେ ଭଲ ହୋଇଯାଉଛି ରୋଗ !

ସମୟ ବଦଳୁଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଆଜି ବି ଭଣ୍ଡ ବାବାଙ୍କୁ ପ୍ରୋତ୍ସାହିତ କରୁଛି ମଣିଷ ସମାଜ। କେତେ ବେଳେ ଧର୍ମ ନାଁରେ ତ କେତେ ବେଳେ ଚିକିତ୍ସା ନାଁ । କେତେବେଳେ ଅର୍ଥ ଲୁଟୁଛନ୍ତି ତ କେତେବେଳେ ଯୌନ କେଳେଙ୍କାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଯେଉଁଠି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଚାଲିଛି ଚିକିତ୍ସା ।

ଅନୁଗୋଳ(କେନ୍ୟୁଜ): ସମୟ ବଦଳୁଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଆଜି ବି ଭଣ୍ଡ ବାବାଙ୍କୁ ପ୍ରୋତ୍ସାହିତ କରୁଛି ମଣିଷ ସମାଜ। କେତେ ବେଳେ ଧର୍ମ ନାଁରେ ତ କେତେ ବେଳେ ଚିକିତ୍ସା ନାଁ । କେତେବେଳେ ଅର୍ଥ ଲୁଟୁଛନ୍ତି ତ କେତେବେଳେ ଯୌନ କେଳେଙ୍କାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଯେଉଁଠି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଚାଲିଛି ଚିକିତ୍ସା ।

ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବାଲିଆମ୍ବ ଗାଁ । ଏଠାରେ ଲୋକଙ୍କର ଚିକିତ୍ସା କରୁଛନ୍ତି ବାବା  ବୁବୁ ଦେହୁରୀ । ବାବା କୁଆଡେ ସବୁ ରୋଗ ଭଲ କରି ଦେଉଛନ୍ତି । ଏଥିପାଇଁ କାହିଁ କୁଆଡୁ ଲୋକ ଧାଇଁ ଆସୁଛନ୍ତି ବାବା ପାଖକୁ । ଦେଖୁନାହାନ୍ତି ଗାଡି ଆଗରେ ଗାଡି କେମିତି ଧାଡି ବାନ୍ଦଇ ଥୁଆହୋଇଛି । କୁଆଡେ ଡାକ୍ତରଙ୍କ ପାଖକୁ ଯିବା ଦରକାର ନାହିଁ । ଅପରେସନ ଦରକାର ନାହିଁ କି ଔଷଧ ଖାଇବାର ଆବଶ୍ୟକତା ନାହିଁ । କେବଳ ବାବା ଛୁଇଁ ଦେଲେ ଭଲ ହୋଇଯିବ ରୋଗ ! ତାହା ପୁଣି ପାରାଲେସିସ,ହାର୍ଟ ,କିଡନୀ ,କ୍ୟାନ୍ସର ପରି ଦୁରାରୋଗ୍ୟ । ଏହିପରି ଦାବି କରୁଛନ୍ତି ଏହି ବାବା। ଦୁନିଆରେ ଅନେକ ଭଣ୍ଡ,କେଳେଙ୍କାରୀ ବାବାମାନେ ଥିବା ବେଳେ ଏ ବାବା କିନ୍ତୁ ନିଜକୁ ଠାକୁରାଣୀଙ୍କ ବରଦାନ ପାଇଥିବା ବୋଲି କହୁଛନ୍ତି।

କେବଳ ଅନୁଗୋଳ ନୁହଁ,ଜିଲ୍ଲା ବାହାରୁ ରୋଗ ଭଲ ହେବା ପାଇଁ ଏଠାକୁ ଲୋକ ଆସୁଛନ୍ତି । ବାବାଙ୍କ ପ୍ରଚାର ଶୁଣି ବୟସ୍କ ବୃଦ୍ଧ , ବୃଦ୍ଧା ମଧ୍ୟ ଧାଇଁ ଆସୁଛନ୍ତି । ସେମାନଙ୍କ ହାତ ଗୋଡ଼କୁ ମୋଡା ମାଡି କରି ଦେଉଛନ୍ତି ବାବା । ପଛରେ ଗୋଇଠା ମଧ୍ୟ ପକାଉଛନ୍ତି । ଏପରିକି ମହିଳା ମାନଙ୍କ ଜାଗା ଅଜାଗାରେ ହାତ ବୁଲାଉଛନ୍ତି ବାବା । ତନ୍ତ୍ର,ମନ୍ତ୍ର,ଯନ୍ତ୍ର ଦ୍ୱାରା ଲୋକଙ୍କୁ ଉଦ୍ଧାରି ଦେଉଛନ୍ତି ଏ ବାବା ବୋଲି ପ୍ରଚାର ହୋଇଛି । ଯାହାଫଳରେ ଲୋକ ଏଠାକୁ ଆସୁଥିବା ବେଳେ ବାବାଙ୍କର ଭଲ ଦୁଇ ପଇସା ରୋଜଗାର ମଧ୍ୟ ହେଉଛି । ଗୁଣି, ଗାରେଡି,ଝଡାଫୁଙ୍କା ଆଦିକୁ “ଦିବ୍ୟ ଚିକିତ୍ସା” ପରି ଆଧୁନିକ ନାଁ ଦେଇ ଲୋକଙ୍କ ସରଳତା ଏବଂ ବିଶ୍ୱାସ ସହ ଖେଳୁଛନ୍ତି । ଏବଂ ଏହାକୁ ନେଇ ଖୁଲମଖୁଲା ପ୍ରଚାର ବି କରାଉଛନ୍ତି ।

ସୂଚନା ଥାଉକି, ଅନୁଗୋଳ ଜିଲ୍ଲା କିଆକଟା ଥାନା ଅଧିନ ଟୁସର ଗାଁରେ ରୋଗ ଭଲ ହେବା ପାଇଁ ମଙ୍ଗଳା କୋଠିରେ ଅଧିଆ ପଡିବା ଆଉ ଏହା ପରେ ନିଖୋଜ ହେବା ଏବଂ ୫ ଦିନ ପରେ ମୃତଦେହ ମିଳିବା ପରେ ବଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାର ପୁନରାବୃତି ଯେ ଏଠାରେ ନ ହେବ ତାହା କହି ହେବ ନାହିଁ । ବିଗତ ଦିନରେ ଅନେକ ବାବା ନଜର କଳା ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ । ଯେବେ ଧରାପଡ଼ିଥିଲେ, ସବୁ ବାବା ଏବେ ଜେଲରେ । ତେବେ ଏହି ଟଚ୍ ବାବା ଖୁଲମଖୁଲା ଦିବ୍ୟ ଚିକିତ୍ସା ଶିବିର କରୁଛନ୍ତି। ଛୋଟ ଛୋଟ ଶିଶୁଙ୍କ ହାତ ଗୋଡ଼ ମୋଡ଼ି ଦେଉଛନ୍ତି, ବୟସ୍କ ଲୋକଙ୍କ ଅଣ୍ଟାକୁ ଗୋଇଠା ମାରୁଛନ୍ତି । ମହିଳା ମାନଙ୍କ ପ୍ରାଇଭେଟ ପାର୍ଟରେ ହାତ ମାରିବାକୁ ବି ପଛାଉ ନାହାନ୍ତି ।

ଚିକିତ୍ସା ବିଜ୍ଞାନ ଯେଉଁଠି ବିଫଳ ହେଉଛି ବାବା କିନ୍ତୁ ସେଠି ସଫଳ ହେଉଛନ୍ତି ବୋଲି କୁଆଡେ ଏଠି ଲୋକ କହୁଛନ୍ତି। କେବଳ ହାତ ଏବଂ ପାଦରେ ଛୁଇଁ ଦେଇ ବାବା ଭଲ କରିଦେଉଛନ୍ତି ବହୁ ବଡ଼ ବଡ଼ ଦୁରାରୋଗ୍ୟ । ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକେ ଠକାମିର ଶିକାର ହେଉନାହାନ୍ତି ତ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.