Below header

ପୁଣିଥରେ ଚମକିଲେ ବିରାଟ, ୮୦ ବଲରେ ହାସଲ କଲେ ଶତକ

ପୁଣିଥର ଚମକିଲେ ବିରାଟ। ଦିନିକିଆରେ ମାରିଲେ ବିରାଟଙ୍କ ଧୂଆଁଧାର ଶତକ। ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ନିଜର ୪୫ ତମ ଶତକ କରି ନୂଆ ରେକର୍ଡ କରିଛନ୍ତି କିଙ୍ଗ କୋହଲି। ହୋମଗ୍ରାଉଣ୍ଡରେ ୨୦ଟି ଶତକ ମାରି ଦିନିକିଆରେ ସଚିନଙ୍କ ରେକର୍ଡ ସହ ସମକକ୍ଷ ହେଲେ କିଙ୍ଗ କୋହଲି।

ଦିନିକିଆରେ ସର୍ବାଧିକ ରେକର୍ଡ ତାଲିକାରେ ଦ୍ୱିତୀୟରେ ଭାରତୀୟ ଦଳର ଏହି ପୂର୍ବତନ କ୍ୟାପଟେନ। ୪୯ ଶତକ ସହିତ ତାଲିକର ଶୀର୍ଷରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ରହିଛନ୍ତି। ପୂର୍ବରୁ ବାଲାଂଦେଶ ବିପକ୍ଷରେ ୪୪ ତମ ଶତକ ମାରିଥିଲେ ବିରାଟ। ଚଳିତ ମ୍ୟାଚ୍‌ ରେ ବିରାଟ ୮୭ ବଲରେ ୧୧୩ ରନରେ ଆଉଟ ହୋଇଥିଲେ । ଗତ ଟେ୍ଵଣ୍ଟି-ଟେଣ୍ଟି ବିଶ୍ୱକପ୍‌ ରେ କୋହଲିଙ୍କ ଦମଦାର ପ୍ରଦର୍ଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.