୬୧ ଟଙ୍କାରେ ଲଞ୍ଚ୍‌ ହେଲା ଜିଓର ପ୍ରଥମ 5G ଡାଟା ପ୍ୟାକ୍‌; ଜାଣନ୍ତୁ ଫାଇଦା

ରିଲାଏନ୍ସ ଜିଓ ଦେଶରେ ଦ୍ରୁତତମ 5G ସେବାକୁ ବିସ୍ତାର କରୁଛି। ପ୍ରତ୍ୟେକ ଦିନ ଦେଶରେ 5G ନେଟୱାର୍କ ଥିବା ସହର ସଂଖ୍ୟା ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଜିଓ ପ୍ରଥମ 5G ଡାଟା ପ୍ୟାକ୍ ଲଞ୍ଚ କରିଛି। ଏହି 5G ଡାଟା ପ୍ୟାକ୍ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ରହିଛି। ଜିଓର ନୂଆ ଡାଟା ପ୍ୟାକ୍‌ର ଦାମ୍‌ ୬୧ ଟଙ୍କା ରଖାଯାଇଛି। ଆସନ୍ତୁ ଜାଣିବା, ଏହି ଡାଟା ପ୍ୟାକ୍‌ରେ ଜିଓ ଗ୍ରାହକମାନଙ୍କୁ କି ଲାଭ ଦେଉଛି।

୬୧ ଟଙ୍କାର ଜିଓ ଡାଟା ପ୍ୟାକ୍‌

ରିଲାଏନ୍ସ ଜିଓର ୬୧ ଟଙ୍କା ଡାଟା ପ୍ୟାକ୍‌ର ବୈଧତା ଆପଣଙ୍କ ଆକ୍ଟିଭ୍‌ ପ୍ଲାନ ସହିତ ସମାନ ରହିଛି। ଏହି ପ୍ୟାକ୍‌ରେ କମ୍ପାନୀ ଗ୍ରାହକମାନଙ୍କୁ ୬ ଜିବି ଡାଟା ପ୍ରଦାନ କରୁଛି। ଏହି ଡାଟା ଶେଷ ହେବା ପରେ ସ୍ପିଡ୍‌ ହ୍ରାସ ପାଇ 64Kbps ରହିବ। ଡାଟା ପ୍ୟାକ୍‌ର ଫାଇଦା ୧୧୯ ଟଙ୍କା, ୧୪୯ ଟଙ୍କା, ୧୭୯ ଟଙ୍କା, ୧୯୯ ଟଙ୍କା ଏବଂ ୨୦୯ ଟଙ୍କା ପ୍ରିପେଡ୍‌ ପ୍ଲାନ୍‌ ସହିତ ନିଆଯାଇ ପାରିବ।

କହି ରଖୁଛୁ, ଜିଓ ନିକଟରେ ଦେଶର ୧୦ଟି ବଡ ସହରରେ 5G ନେଟୱାର୍କ ରୋଲ ଆଉଟ୍‌ କରିଛି। ଏଥିରେ ଆଗ୍ରା, କାନପୁର, ପ୍ରୟାଗରାଜ, ମେରଠ, ତିରୁପତି, ନେଲୋର, କୋଝାଇକୋଡ, ତ୍ରିସୁର, ନାଗପୁର ଏବଂ ଅହମ୍ମଦନଗର ଅନ୍ତର୍ଭୁକ୍ତ ରହିଛି। ସାରା ଦେଶର ମୋଟ ୮୫ ସହରରେ ବର୍ତ୍ତମାନ ଜିଓ 5G ସେବା ଉପଲବ୍ଧ କରାଯାଇଛି। ଡିସେମ୍ବର ୨୦୨୩ ସୁଦ୍ଧା ଜିଓ ପୂରା ଦେଶରେ ଏହାର 5G ସେବା ଉପଲବ୍ଧ କରାଇବାକୁ ଯୋଜନା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.