Below header

ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା, ଟ୍ୱିଟ ଜରିଆରେ ଦିଆଗଲା ସୂଚନା

ହକିରୁ ନେଲେ ଅବସର ନେଲେ ବୀରେନ୍ଦ୍ର ଲାକ୍ରା । ଏବାବଦରେ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ନିଜ କ୍ୟାରିୟର ଭିତରେ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସଦ୍ୟ ଆୟୋଜିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ବୀରେନ୍ଦ୍ର ଲାକ୍ରା ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିଲେ । ସେ ଦୁଇଥର ଭାରତ ପକ୍ଷରୁ ୨୦୧୨ ଓ ୨୦୧୬ରେ ଦୁଇ ଥର ପାଇଁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି । ୨୦୧୬ରେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ସୁଦ୍ଧା ଆହତ କାରଣରୁ ଦଳରେ ସାମିଲ ହୋଇ ପାରିନଥିଲେ । ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତି ପାଇଥିଲେ । ସ୍ସଦ୍ୟ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷ ପରେ ରେକର୍ଡ ଭାଙ୍ଗିଥିଲେ । ଖାଲି ବୀରେନ୍ଦ୍ର ନୁହନ୍ତି ରୁପିନ୍ଦର ବି ଆଜି ହକିରୁ ଅବସର ଘୋଷଣା କରିଛନ୍ତି । ପଞ୍ଜାବର ରୁପିନ୍ଦର ପାଲ ସିଂହ ବି ହକିକୁ ବାଏ ବାଏ କହିଛନ୍ତି ।

ଉଭୟଙ୍କ ଅବସର ବାବଦରେ ହକି ଇଣ୍ଡିଆ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ବୀରେନ୍ଦ୍ର ଓ ରୁପିନ୍ଦର ୨୦୨୦ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଟିମର ସଦସ୍ୟ ଥିଲେ । ଆଜି ପ୍ରଥମେ ହକିରୁ ଅବସର ଘୋଷଣା କରିଥିଲେ ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହ । ପରେ ପରେ ହକିକୁ ବାଏ ବାଏ କହିଛନ୍ତି ୩୧ ବର୍ଷୀୟ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା । ଇଞ୍ଚିଅନ୍‌ ଏସିଆନ୍‌ ଗେମ୍ସ ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଟିମର ସଦସ୍ୟ ବି ଥିଲେ ବୀରେନ୍ଦ୍ର । ଜାକର୍ତ୍ତା ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ଦଳ ପାଇଁ ବି ସେ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.