Below header

ଆଇପିଏଲ୍ : ପୁଣି ଦିଲ୍ଲୀ କ୍ୟାପିଟାଲସ ବିଜୟରେ ମୁଖ୍ୟ ଭୂମିକା ନେଲେ ବୋଲର ରାବଡା

ଶାରଜା : ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଆଉ ଏକ ଚମତ୍କାର ବିଜୟ ହାସଲ କରିଛି । ରାଜସ୍ଥାନ ରୟାଲ୍ସକୁ ୪୬ ରନ୍‌‌ରେ ହରାଇଛି । ୧୮୫ ରନ୍ ଲକ୍ଷ୍ୟର ପିଛା କରି ରାଜସ୍ଥାନ ୧୯.୪ ଓଭରରେ ୧୩୮ ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ବାଲ ୩୪, ରାହୁଲ ତେୱାତିଆ ସର୍ବାଧିକ ୩୮ ରନ କରିଥିଲେ । ତେବେ ଲଗାତାର ଭାବେ ଚମତ୍କାର ବୋଲିଂ କରୁଥିବା କାଗିସୋ ରାବଡା ୩୫ ରନରେ ୩ ଓ୍ଵିକେଟ୍ ଏବଂ ଅଶ୍ଵିନ ଓ ଷ୍ଟୋଇନିସ ୨ଟି ଲେଖାଁ ଓ୍ଵିକେଟ୍ ନେଇ ରାଜସ୍ଥାନର ବିପର‌୍ୟ୍ୟୟ ଘଟାଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୮ ଓ୍ଵିକେଟ୍‌ରେ ୧୮୪ ରନ୍ କରିଥିଲା । ପ୍ରଥମରୁ ଓ୍ଵିକେଟ୍ ଝଡ଼ି ଚାଲିଥିବା ବେଳେ ମାର୍କସ ଷ୍ଟୋଇନିସ୍ ଓ ହେଟମେୟର ମଧ୍ୟଭାଗରେ ବିପର‌୍ୟ୍ୟୟକୁ ରୋକି ନେଇଥିଲେ । ଷ୍ଟୋଇନିସ୍ ୩୯ ରନ୍ ଓ ହେଟମେୟର ୪୫ ରନ୍ କରିଥିଲେ । ଶ୍ରେୟଶ ଆୟର ୨୨, ପୃଥ୍ଵୀ ସ ୧୯, ଅକ୍ଷର ପଟେଲ ୧୭ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ୨୪ ରନ୍ ଦେଇ ୩ଟି ଓ୍ଵିକେଟ୍ ଦଖଲ କରିଥିଲେ ।
ଆଜିର ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ୬ଟି ମ୍ୟାଚ୍‌ରୁ ମୋଟ୍ ୧୦ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ପହଞ୍ଚିଛି ।

 

point

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.