Below header

ଉତ୍ତର କୋରିଆ ଜେଲ୍‌ରେ ଚିତାଭସ୍ମ ମିଶା ପାଣି ପିଉଛନ୍ତି କଏଦୀ, ଅଙ୍ଗେନିଭା କଥା କହିଲେ ମୁକ୍ତ କଏଦୀ

ନୂଆଦିଲ୍ଲୀ : ଉତ୍ତର କୋରିଆ ରାଷ୍ଟ୍ରପତିଙ୍କ କ୍ରୁରତା ବିଷୟରେ ସାରା ବିଶ୍ୱ ଜାଣେ । ସେଠାରେ ଅପରାଧୀଙ୍କ ପ୍ରତି କରାଯାଉଥିବା ଦଣ୍ଡ ଶୁଣିଲେ ଛାତି ଥରି ଉଠେ । ନିକଟରେ ଏକ ଖବର ଅନୁଯାୟୀ କଏଦୀଙ୍କୁ ମାରି ତାଙ୍କ କମ୍ପୋଷ୍ଟରେ ପରିବା ଚାଷ ହେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ ।

ଏବେ ଏପରି ଏକ ଖବର ପ୍ରକାଶ ପାଇଛି, ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ସେଠାରେ ଜେଲ୍‌ରେ ଥିବା କଏଦୀଙ୍କ ପ୍ରତି ଅତି ନିଷ୍ଠୁର ବ୍ୟବହାର କରାଯାଇଥାଏ । ନିକଟରେ ଉତ୍ତର କୋରିଆର ଏକ ଜେଲ୍‌ରୁ ମୁକ୍ତ ହୋଇଥିବା ଜଣେ କଏଦୀ କହିଛନ୍ତି ତାଙ୍କର ଅଙ୍ଗେ ଲିଭା କଥା ।

north korea.JPG-0.JPG-1

ସେ କହିଛନ୍ତି ଯେ ଦକ୍ଷିଣ କୋରିଆ ଟିଭି ଶୋ ଓ ଖ୍ରୀଷ୍ଟିଆନ୍‌ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କୁ ଏକ ଅଲଗା ଜେଲ୍‌ରେ ରଖାଯାଏ । ଏମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥାଏ । ମୃତ ବ୍ୟକ୍ତିଙ୍କୁ ପୋଡାଯିବା ପରେ ଯେଉଁ ନଦୀରେ ଅସ୍ଥି ପାଉଁଶ ପକାଯାଏ, ସେହି ସ୍ଥାନରୁ ପାଣି ଆଣି କଏଦୀମାନଙ୍କୁ ପିଇବାକୁ ଦିଆଯାଏ ।

ଯାହା ଫଳରେ ଏହି ଜେଲ୍‌ରେ କଏଦୀମାନଙ୍କ ଅସୁସ୍ଥତା କାରଣରୁ ଅଧିକ ମୃତ୍ୟୁ ହୋଇଥାଏ । ଏ ସମ୍ପର୍କରେ ଓ୍ଵାଶିଂଟନ ମାନବାଧିକାର କମିଟି ଜେଲ୍‌ର ସାଟେଲାଇଟ୍‌ ଛବି ପାଇବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.