ଦେଶରେ ବଢ଼ୁଛି ଅଶାଳୀନତା, ଭାରତ ପରେ ପାକିସ୍ତାନ ବି ଚାଇନା ଆପ ‘TikTok’କୁ କଲା ବ୍ଲକ
ଭାରତ ପରେ ଏବେ ପାକିସ୍ତାନ ବି ଚୀନକୁ ବଡ଼ ଝଟକା ଦେଇଛି। ପାକିସ୍ତାନର ଦୂରସଞ୍ଚାର ପ୍ରାଧିକରଣ ଶୁକ୍ରବାର ଚାଇନା ଆପ ‘TikTok’କୁ ବ୍ଲକ କରିଦେଇଛି। ସେଠାକାର ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, TikTok ଦ୍ୱାରା ଅବୈଧ ଅନଲାଇନ କଣ୍ଟେଣ୍ଟ ଉପରେ ରୋକ ଲଗାଇବା ପାଇଁ କୌଣସି ବି ପଦକ୍ଷେପ ନିଆ ନ ଯିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡ଼ିଓ ସେୟାରିଂ ଆପ ଯୋଗୁ ପାକିସ୍ତାନରେ ଅଶାଳୀନତା ବଢିଚାଲିଛି।
ଦୂରସଞ୍ଚାର ପ୍ରାଧିକରଣ କହିଛି, ଏଥିରେ ସୁରକ୍ଷା ନାହିଁ। ସଂସ୍କୃତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଯଦି TikTok ନିଜ କଣ୍ଟେଣ୍ଟରେ ସୁଧାର ଆଣିବ, ତେବେ ଅଥରୀଟି ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବ। ସୂଚନାଥାଉ କି, TikTok ଭଳି ଅନ୍ୟ ଆପକୁ ମଧ୍ୟ ବ୍ୟାନ କରାଯିବା ପାଇଁ ବିଚାର କରାଯାଉଛି।