Below header

ଧୋନି ଖୋଲିଲେ ମୁହଁ, ଅବସର ନେଇ ରଖିଲେ ଏଭଳି ପ୍ରତିକ୍ରିୟା

ସରି ସରି ଆସୁଛି ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପ୍‌ -୨୦୧୯। ଅନେକ ଖେଳାଳିଙ୍କ ଭଳି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍‌ କିପର ମହେନ୍ଦ୍ର ସିଂହଙ୍କ କ୍ରିକେଟ୍‌ରୁ ଅବସର ନେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ତାଙ୍କ ଖେଳ ପ୍ରଦର୍ଶନ ଏବଂ ଆଭିମୁଖ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏସବୁ ପରେ ମଧ୍ୟ ନିରବ ରହିଥିଲେ ‘କୁଲ୍‌ ମାହି’ । ହେଲେ ଆଜି ବିଶ୍ୱକପ୍‌ ଲିଗ୍‌ ପର୍ଯ୍ୟାୟରେ ଭାରତ ତାର ଅନ୍ତିମ ମ୍ୟାଚ୍‌ ଶ୍ରୀଲଙ୍କା ସହ ଖେଳିବା ପୂର୍ବରୁ ଏମ୍‌ଏସ୍‌ଡି ମୁହଁ ଖୋଲିଛନ୍ତି । ତାଙ୍କୁ ଯେତେବେଳେ ପଚରା ଗଲା ଯେ ସେ ବିଶ୍ୱକପ୍‌ ପରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବେ କି ବୋଲି, ଧୋନିଙ୍କ ଉତ୍ତର କଣ ଥିଲା ଜାଣନ୍ତି କି ? ଧୋନି କହିଲେ, ମୁଁ ବି ଜାଣି ନାହିଁ କେବେ ଅବସର ନେବି । ହେଲେ କିଛି ଲୋକ ତ ମୋତେ ଏଇ ଶ୍ରୀଲଙ୍କା ମ୍ୟାଚ୍‌ ପୂର୍ବରୁ ଅବସର ଦେଇଦେବା ଲାଗି ପ୍ରସ୍ତୁତ ଅଛନ୍ତି ।

DHONI-2ଅନ୍ୟପଟେ ସେ ଅଧିନାୟକ ବିରାଟ କୋହଲି ହୁଅନ୍ତୁ କି ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କିମ୍ବା ଅନ୍ୟ ଖେଳାଳିମାନେ, ସମସ୍ତେ ଧୋନିଙ୍କ ସମର୍ଥନରେ ଅଛନ୍ତି । ତାଙ୍କର ଅଭିଜ୍ଞତା ଏବଂ ଖେଳୁଆଡ଼ ମନୋଭାବକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ କିଛି ସମାଲୋଚକ ଧୋନିଙ୍କ ପଛରେ ପଡ଼ି ଯାଇଛନ୍ତି । ତେଣୁ ତାଙ୍କର ଏହି ମନ୍ତବ୍ୟ ପରୋକ୍ଷରେ ସେଇମାନଙ୍କ ପାଇଁ ବୋଲି ସ୍ପଷ୍ଟ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.