ଆଜିଠୁ ବଢ଼ିଲା ତୈଳ ଦର, ଜାଣନ୍ତୁ ଭୁବନେଶ୍ୱରରେ ରହିଛି କେତେ

ଭୁବନେଶ୍ୱର(କେନ୍ୟୁଜ୍) : ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼। ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍‌ ଲାଗୁ ହେବାର ଦିନେ ପରେ ବଢ଼ିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ୍‌ ଲିଟର ଦର ପାଖାପାଖି ଅଢ଼େଇ ଟଙ୍କା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ ଲିଟର ପ୍ରତି ୭୧ ଟଙ୍କା ୯୪ ପଇସା ହୋଇଛି। ପୂର୍ବରୁ ଥିଲା ୬୯ ଟଙ୍କା ୫୩ ପଇସା। ସେହିପରି ଡିଜେଲ ଦାମ୍‌ ପୂର୍ବରୁ ୬୮ ଟଙ୍କା ୯୮ ପଇସା ଥିବା ବେଳେ ଏବେ ୭୧ ଟଙ୍କା ୫୧ ପଇସା ହୋଇଛି।

Petrol_Priceକଟକରେ ପେଟ୍ରୋଲ ଦାମ ୭୨ ଟଙ୍କା ୧୭ ପଇସା ହୋଇଥିବା ବେଳେ ଡିଜେଲ୍‌ ଲିଟର ପ୍ରତି ଦାମ୍‌ ହୋଇଛି ୭୧ ଟଙ୍କା ୭୪ ପଇସା। ସମ୍ବଲପୁରରେ ପୂର୍ବରୁ ପେଟ୍ରୋଲ ୭୦ ଟଙ୍କା ୩ ପଇସା ଥିବା ବେଳେ ଏବେ ୭୧ ଟଙ୍କା ୪୫ ପଇସା ହୋଇଛି। ଡିଜେଲ ୭୨ ଟଙ୍କା ୪ ପଇସା ହୋଇଛି। ବ୍ରହ୍ମପୁରରେ ଲିଟର ପ୍ରତି ପେଟ୍ରୋଲ ପୂର୍ବରୁ ୭୦ ଟଙ୍କା ୫୪ ପଇସା ଥିବା ବେଳେ ଏବେ ୭୩ ଟଙ୍କା ୧୦ ପଇସା ହୋଇଛି। ଡିଜେଲ ଦାମ୍‌ ୭୨ ଟଙ୍କା ୬୭ ପଇସା ହୋଇଛି। ପୂର୍ବରୁ ଥିଲା ୬୯ ଟଙ୍କା ୯୯ ପଇସା। ବାଲେଶ୍ୱରରେ ପେଟ୍ରୋଲ ୭୩ ଟଙ୍କା ୪୨ ପଇସା ଓ ଡିଜେଲ୍‌ ଲିଟର ପ୍ରତି ଦାମ୍‌ ବଢ଼ି ୭୩ ଟଙ୍କା ୧ ପଇସା ହୋଇଛି।

Fuelଦିଲ୍ଲୀରେ ପେଟ୍ରୋଲ ଦାମ୍‌ ଲିଟର ପ୍ରତି ୨ ଟଙ୍କା ୪୫ ପଇସା ଓ ଡିଜେଲ୍‌ ଦାମ ବଢ଼ିଛି ୨ ଟଙ୍କା ୩୬ ପଇସା। ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍ପ ଓ ସେସ୍‌ ବାବଦରେ ୨ ଟଙ୍କା ଲେଖାଏଁ ବୃଦ୍ଧି ପାଇଁ ଗତକାଲି ବଜେଟରେ ପ୍ରସ୍ତାବ ରଖିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ତୈଳ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବି ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.