Below header

ଭାଇରାଲ୍ ହେଲା ଭିଡିଓ: ଥାନେର ଏକ ନଳା ଭିତରେ ରହିଥିଲା ୯ ଫୁଟ୍ ର ଅଜଗର, ଏମିତି କରାଗଲା ଉଦ୍ଧାର

ମୁମ୍ବାଇ: ବର୍ଷା ଦିନ ଆସିଲେ ବିଭିନ୍ନ ସଂକ୍ରମଣର ଭୟ ବଢିଯାଇଥାଏ । ବିଭିନ୍ନ ପ୍ରକାର ରୋଗର ଶୀକାର ହୋଇଥାନ୍ତି ଲୋକେ । ଖାଲି ଏତିକି ନୁହେଁ ଏହି ଋତୁରେ ଚାରିଆଡେ ପାଣି ପଶିଯିବାକୁ ବିଭିନ୍ନ ଜୀବଜନ୍ତୁଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଫଳରେ ସେମାନେ ରହିବା ପାଇଁ ନିରାପଦ ସ୍ଥାନ ଖୋଜିଥାନ୍ତି । ବିଶେଷ ଭାବେ ସାପ ମାନଙ୍କୁ ବିଶେଷ ଅସୁବିଧା ଭୋଗ କରିବାକୁ ପଡିଥାଏ । ଫଳରେ ସେମାନେ ଜନଗହଳି ସ୍ଥାନକୁ ଚାଲିଆସିଥାନ୍ତି । ଏହି ପରିପେକ୍ଷୀରେ ମୁମ୍ବାଇରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ତେବେ ପ୍ରବଳ ବର୍ଷା ସାଙ୍ଗକୁ ବନ ବିଭାଗ ଟିମ୍ ଥାନେର ଏକ ନଳା ଭିତରେ ଥିବା କାନ୍ଥ ଭିତରୁ ୯ ଫୁଟର ଅଜଗରକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଯାହାପାଇଁ ଏହି ଟିମ୍ କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା। ଯାହାର ଭିଡିଓ ହେବରା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଆସନ୍ତୁ ଦେଖିବା ଏହି ଭିଡିଓ :

video courtesy:NEWS18

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.