Below header

ଖୁସି ଖବର : ଏବେ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ମାସିକ ପେନସନ୍, ଏମିତି କରିବାକୁ ହେବ ରେଜିଷ୍ଟ୍ରେସନ୍

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ ପ୍ରଥମ ବଜେଟ ରଖିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ବଜେଟରେ ସରକାର ଛୋଟ ଦୋକାନୀମାନଙ୍କ ପାଇଁ ପେନସନ ଯୋଜନା ଘୋଷଣା କରିଛନ୍ତି। ଏହି ସ୍କୀମ ଅନୁଯାୟୀ ଦେଶର ୩ କୋଟି ଛୋଟ ଦୋକାନୀ ମାନଙ୍କୁ ପେନସନ ମିଳିବ। ଅବଶ୍ୟ ପେନସନ ଯୋଜନାର ଲାଭ ଏହି ଦୋକାନୀ ମାନଙ୍କୁ ମିଳିବ ଯେଉଁମାନଙ୍କର ବର୍ଷକୁ ଟର୍ଣ୍ଣଓଭର ୧.୫ କୋଟି ଟଙ୍କା ହୋଇଥିବ। ଜାଣନ୍ତୁ କେମିତି କରିପାରିବେ ବ୍ୟବସାୟୀ ପେନସନ ପାଇଁ ରେଜିଷ୍ଟ୍ରେସନ।

ଏହି ଲୋକଙ୍କୁ ମିଳିବ ପେନସନ

ଏହି ପେନସନ ଯୋଜନା ଦ୍ବାରା ଛୋଟ ବ୍ୟବସାୟୀ, ଦୋକନୀ ତଥା ସ୍ବରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୬୦ ବର୍ଷ ବୟସ ପରେ ନ୍ୟୁନତମ ୩,୦୦୦ ଟଙ୍କା ମାସିକ ପେନସନ ମିଳିପାରିବ। ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ନିର୍ବାଚନ ଘୋଷଣାପତ୍ରର ଏହାକୁ ପୂରା କରିବାର ନିଷ୍ପତ୍ତି ନିଆଯାଇଛି।

ଏହା ସହ ପଢ଼ନ୍ତୁ : ‘ଦେଶର ବହିଖାତା’ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ, ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ ୫୦ ଲକ୍ଷ…

ଏମିତି ହେବ ପେନସନ ପାଇଁ ରେଜିଷ୍ଟ୍ରେସନ

୧୮ ରୁ ୪୦ ବର୍ଷ ବୟସ ସୀମା ବ୍ୟକ୍ତିଙ୍କୁ ଏହି ଯୋଜନାର ଲାଭ ମିଳିବ। ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ଲୋକଙ୍କୁ ୩.୨୫ ଲକ୍ଷ ସେବା କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ଯୋଜନାର ଲାଭ ଉଠାଇବା ପାଇଁ ବହୁତ ସହଜ ନିୟମ କୁହାଯାଇଛି। ଏଥିପାଇଁ ଆଧାର କାର୍ଡ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ଆବଶ୍ୟକ ହେବ। ବଜେଟ ଭାଷଣରେ ନିର୍ମଳା ସୀତାରମଣ କହିଛନ୍ତି ଯେ ଆମ ସରକାର କାର‌୍ୟ୍ୟକାଳରେ ପାଇଁ ୩୫୦ କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ଏହାସହିତ ଛୋଟ ବ୍ୟବସାୟୀଙ୍କ ପାଇଁ ୫୯ ମିନିଟରେ ଲୋନ ବ୍ୟବସ୍ଥା ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.