ପାଟକୁରା(କେନ୍ୟୁଜ୍): ତାରିଖ ଘୋଷଣା ପରେ ତେଜିଲା ପାଟକୁରା ନିର୍ବାଚନ ରାଜନୀତି। ପ୍ରଚାରକୁ ଜୋରଦାର କରିଛି ବିଜେପି। ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ମାହାଳ ହରିହର କ୍ଷେତ୍ର ଜଗନ୍ନାଥ ମନ୍ଦିରରେ ବିଜୟ ମଗାପାତ୍ରଙ୍କ ବିଜୟ ମନାସୀ ସମୁହ ଦୀପଦାନ କରିଥିଲେ। ଏଥିରେ ସାମିଲ ଥିଲେ ଶତାଧିକ ବିଜେପି କର୍ମୀ। ମାହାଳ ସ୍ଥିତ କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନା କରାଯାଇଥିଲା। ଏଥିରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସମେତ ବାଲେଶ୍ୱର ବିଧାୟକ ଧାମନଗର ବିଧାୟକ ବିଷ୍ଣୁ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।