ପୁଣି ମାନବିକତା ଦେଖାଇଲେ ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍, ଏହି ସହକଳାକାରଙ୍କୁ ବଢାଇଲେ ସାହାଯ୍ୟର ହାତ

ଅଭିନେତା ସଲମାନ୍ ଖାନ୍ ଯିଏ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ଦବଙ୍ଗ-୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ୍ କେବଳ ନିଜର ଆକଟିଂ ନୁହେଁ ବରଂ ନିଜର ପରପୋକାରୀ ଗୁଣ ପାଇଁ ସମସ୍ତଙ୍କ ନିକଟରେ ପରିଚୟ ଲାଭ କରିଛନ୍ତି । ଏକ ରିପୋର୍ଟ ଅନୁସାରେ ସଲମାନ ତାଙ୍କ ସହିତ କାମ କରୁଥିବା ଜଣେ କୋ-ଆକ୍ଟରଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି । ଯାହାଙ୍କୁ ହାର୍ଟ ଆଟାକ୍ ହୋଇଥିବା ଜଣାପଡିଛି।

salmankhan

ଏହାସହ ପଢନ୍ତୁ : ଭାଇ ସଲମାନ୍ ଖାନ୍ ଗିଫ୍ଟ ଦେଇଥିବା କାରକୁ ବିକ୍ରି କରିବାକୁ ଯାଉଛନ୍ତି ଭଉଣୀ ଅର୍ପିତା ! ଜାଣନ୍ତୁ କେତେ ରହିଛି ଏହାର…

ଦାଦାଜୀ ପାଣ୍ଡେ ନାମକ ଏକ ଚରିତ୍ରରେ ଜଣେ କନଷ୍ଟେବଳ ଭୂମୀକାରେ ଦବଙ୍ଗ-୩ରେ ଅଭିନୟ କରୁଥିବା ଅଭିନେତାଙ୍କର ଗତ କିଛି ଦିନ ତଳେ ହାର୍ଟ ଆଟାକ୍ ହୋଇଥିଲା । କିନ୍ତୁ ଏହା ଫିଲ୍ମ ସୁଟିଂ ସେଟ୍ ରେ ନହୋଇଥିଲେ ମଧ୍ୟ ସଲମାନ୍ ତାଙ୍କର ଦେଖାରଖା ପାଇଁ ଏକ ଟିମ୍ ପଠାଇଥିଲେ ଏବଂ ତାଙ୍କ ସାହାର୍ଯ୍ୟ କରିଥିଲେ । ଯିଏ ବର୍ତ୍ତମାନ ଗୁର୍ ଗାଁଓର ଏକ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଏବେ ସେ ସୁସ୍ଥ ହେଇ ଆସୁଥିବା ଜଣାପଡିଛି । ଦବଙ୍ଗ ୩ର ସୁଟିଂଗ କ୍ଷିପ୍ର ଗତିରେ ଆଗେଇ ଚାଲିଛି । ୫୩ ବର୍ଷିୟ ଏହି ଅଭିନେତା ଫିଲ୍ମକୁ ନେଇ ବହୁତ ପରିଶ୍ରମ କରୁଥିବାବେଳେ ତାଙ୍କର ଏହି ଦୟାବାନ୍ ଗୁଣ ପାଇଁ ସେ ଆଜି ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ମନରେ ଘର କରି ରହିପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.