Below header

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ସଙ୍କଟାପନ୍ନ, ହସପିଟାଲରେ ଭର୍ତ୍ତି

କେନ୍ଯୁଜ୍: କ୍ରିସ କେର୍ନସଙ୍କ ଅବସ୍ଥା ସଙ୍କଟାପନ୍ନ । ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ସ୍ୱାସ୍ଥବସ୍ଥା ସଙ୍କଟାପନ୍ନ ରହିଛି । ଅଷ୍ଟ୍ରେଲିଆରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯିବାରୁ କାନବେରା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

୫୧ବର୍ଷୀୟ କେର୍ନସଙ୍କ ହୃଦଘାତ ହେବା ପରେ ସେ ଅନେକଥର ଏହାର ଅସ୍ତ୍ରୋପଚାର କରାଇଥିଲେ । ହେଲେ ଏହା ସଫଳ ହୋଇପାରିନଥିଲା । କେର୍ନସ ନ୍ୟୁଜିଲାଣ୍ଡ ପାଇଁ ୧୯୮୯ରୁ ୨୦୦୬ ମଧ୍ୟରେ ୬୨ ଟେଷ୍ଟ, ୨୧୫ ଦିନିକିଆ ଅର୍ନ୍ତଜାତୀୟ ମ୍ୟାଚ ଖେଳିଥିଲେ । ଅବସର ପରେ ସେ କମେଣ୍ଟଟର ଭାବେ କାମ କରୁଥିଲେ । ୨୦୧୦ରେ ବିବାହ ପରେ ସେ ଅଷ୍ଟ୍ରେଲିଆରେ ରହି ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.