କେଶ ସମସ୍ୟା ପାଇଁ ବିରକ୍ତ ହେଉଥିଲେ ଆପଣାନ୍ତୁ ଏହି ସୁନ୍ଦର ଉପାୟ

ସୁନ୍ଦର ରହିବା ସମସ୍ତଙ୍କୁ ପସନ୍ଦ। ସୁନ୍ଦର ସହିତ ଫ୍ରେଶନେସ ରହିବା ଦ୍ୱାରା ଦିନଟି ଭଲ କଟିଥାଏ ବୋଲି ମନାଯାଏ। ଏହି ମାମଲାରେ ଉଭୟ ପୁଅ ଝିଅ ବେଶ ସଜାଗ ରୁହନ୍ତି। ଦେହରୁ ଦୁର୍ଗନ୍ଧ ଜାତ ହେଲେ ଇମ୍ପ୍ରେସନ ଖରାପ ହୁଏ। ଆଉ ଯଦି କିଏ ବାହାରକୁ ଯାଆନ୍ତି ବା ଅଫିସ କର୍ମଚାରୀ ହୋଇଥାନ୍ତି ତେବେ ତ୍ୱଚା ସହ କେଶର ମଧ୍ୟ ବେଶ ଧ୍ୟାନ ଦେବାକୁ ପଡିଥାଏ।

କେଶ ସମସ୍ୟା ସମସ୍ତଙ୍କ ପାଇଁ ବେଶ ସାଧାରଣ ହୋଇଗଲାଣି। ବ୍ୟସ୍ତ ବହୁଳ ଜୀବନ ଭିତରେ କେଶ ପ୍ରତି ଧ୍ୟାନ ଦେବାକୁ ସମୟ ଅଭାବ ହେଉଛି। ଯାହା କାରଣରୁ ଏହା ନଷ୍ଟ ହେବାକୁ ବେଶି ସମୟ ଲାଗୁ ନାହିଁ। କେଶ ଦୁର୍ଗନ୍ଧ ଜାତ ହେଲା ମାନେ କଥା ସରିଲା। ସ୍କାଲ୍ପ ବା ଚର୍ମ ତଥା କେଶରୁ ଏହି ଦୁର୍ଗନ୍ଧ ଆସିବା ପଛରେ ଅନେକ କାରଣ ରହିଛି। ଇନଫେସକନ ତଥା କେଶ ଯଦି ଠିକ ଭାବେ ସଫା ହୋଇ ନଥାଏ ତେବେ ଏଥିରୁ ଦୁର୍ଗନ୍ଧ ଜାତ ହୋଇଥାଏ। ।

ସ୍କାଲ୍ପ ବେଶି ତେଲିଆ ବା ଝାଳ ନିର୍ଗତ ହେଉଥିଲେ ଏହି ଦୁର୍ଗନ୍ଧ ଜାତ ହୋଇଥାଏ। ତେବେ ଏହାର ସମାଧାନ ପାଇଁ ଆପଣ ହେୟାର ପରଫ୍ୟୁମ ବ୍ୟବହାର କରିପାରିବେ। ତେବେ ଏବେ ଏହାକୁ ନେଇ ଆପଣଙ୍କୁ କିଛି ଘରୋଇ ଟିପ୍ସ କହିବୁ । ଯାହା ସାହାଯ୍ୟରେ ଆପଣ ଖୁବ ସହଜରେ ଏହାକୁ ବ୍ୟବହାର କରି କେଶରୁ ଦୁର୍ଗନ୍ଧ ସମସ୍ୟା ଦୂର କରିପାରିବେ।

ଏଥିପାଇଁ ଆପଣ ପ୍ରଥମେ ଏକ ଚାମଚ ଆର୍ଗନ ଅଏଲ ନିଅନ୍ତୁ। ୧୦ ରୁ ୧୫ ବୁନ୍ଦା ଏସେନସିଆଲ ଅଏଲ ନେଇ ଏଥିରେ ୧/୨ କପ ଗୋଲାପ ଜଳ ମିଶାଇ ଏହାକୁ କେଶରେ ସ୍ପ୍ରେ କରନ୍ତୁ। ଏହାଦ୍ୱାରା କେଶ ଡ୍ୟାମେଜ ବା ଖରାପ ହେବାରୁ ରକ୍ଷା ହୋଇଥାଏ । କେଶ ମଶ୍ଚରାଇଜ ରହିଥାଏ। ଗୋଲାପ ଜଳ ଦ୍ୱାରା କେଶ କୁଣ୍ଡାଇବା ସମସ୍ୟା ଦୂର ହୋଇଥାଏ । ଏସେନସିଆଲ ଅଏଲ ମୁଣ୍ଡକୁ ରିଲାକ୍ସ ରଖିବା ସହ ଏହା ଆପଣଙ୍କୁ ଦିନ ସାରା ଫ୍ରେଶ ଅନୁଭବ କରାଏ। କିନ୍ତୁ ଯଦି ଆପଣଙ୍କର ଇନଫେକସନ ସମସ୍ୟା ରହିଛି ତେବେ ଆପଣ ଏହାକୁ ବ୍ୟବହାର କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.