Below header

ମ୍ୟାନେଜର ଥିବା ସମୟରେ ଭାରତକୁ ବନାଇଥିଲେ ବିଶ୍ବ ବିଜେତା, ଏବେ ହେବାକୁ ଚାହୁଁଛନ୍ତି ଟିମ୍ ଇଣ୍ଡିଆର କୋଚ୍

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟିକତ୍ବରେ ଟିମ ଇଣ୍ଡିଆ ପ୍ରଥମେ ଟି-୨୦ ବିଶ୍ବ କପ୍ ନିଜ ନାମରେ କରିଥିଲେ। ସେହି ଟିମରେ ସେବା ଦେଇଥିବା ପୂର୍ବ ଭାରତୀୟ କ୍ରିକେଟର ଲାଲଚାନ୍ଦ ରାଜପୁତ ଏବେ ଭାରତୀୟ ଟିମର ମୁଖ୍ୟ କୋଚ୍ ହେବାକୁ ଚାହୁଁଛନ୍ତି।

ଭାରତୀୟ ଟିମ୍ କୋଚ୍ ପଦ ସମେତ ବାକି ସପୋର୍ଟ ଷ୍ଟାଫ୍ ପାଇଁ ଆବେଦନର ଶେଷ ତାରିଖ ରଖାଯାଇଥିଲା ୩୦ ଜୁଲାଇ। ଏହି ଡେଡଲାଇନର ଠିକ ପୂର୍ବରୁ ଲାଲଚାନ୍ଦ ରାଜପୁତ ମଧ୍ୟ ନିଜ ନାମ ବିସିସିଆଇକୁ ପହଁଚାଇଥିଲେ। ବର୍ତ୍ତମାନ ଜିମ୍ବାୱେ କ୍ରିକେଟ ଟିମର ହେଡ୍ କୋଚ୍ ଭାବେ କାମ କରୁଥିବା ରାଜପୁତଙ୍କ ଭାଗ୍ୟର ନିଷ୍ପତ୍ତି ନେବେ କପିଲ ଦେବ, ଅଂଶୁମାନ ଗାୟକୱାଡ ଏବଂ ଶାନ୍ତା ରଙ୍ଗାସ୍ବାମୀଙ୍କ କମିଟି।

lalchand rajputସୂଚନା ଅନୁଯାୟୀ ଲାଲଚାନ୍ଦ ରାଜପୁତ ବିସିସିଆଇକୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ଯଦି ଟିମର ହେଡ୍ କୋଚ୍ ପାଇଁ ତାଙ୍କ ଆବେଦନକୁ ଅସ୍ବିକାର କରାଯାଉଛି ତେବେ ଭୋଟିଂ କୋଚ୍ ପାଇଁ ତାଙ୍କର ଆବେଦନକୁ ସ୍ବିକାର କରାଯାଉ। କାରଣ ଏବେ ଆଇସିସି ଜିମ୍ବାୱେ କ୍ରିକେଟ ବୋର୍ଡ ଉପରେ ବ୍ୟାନ ଲଗାଇଦେଇଛି ଏମିତିରେ ଲାଲଚାନ୍ଦ ରାଜପୁତଙ୍କ ଭବିଷ୍ୟତ ମଧ୍ୟ ଏଇଠାରେ ଲଟକି ରହିଥିବା ନଜର ଆସୁଛି।

ଏହା ସହ ପଢ଼ନ୍ତୁ : ଦୁଇ ବର୍ଷରେ ୧୮ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ, ଏଇଠି ରହିଛି ସବୁ ସୂଚୀ

ଭାରତୀୟ ଟିମକୁ ପ୍ରତିନିଧିତ୍ବ କରିସାରିଥିବା ଲାଲଚାନ୍ଦ ରାଜପୁତ ବିଭିନ୍ନ ସ୍ତର ଉପରେ ୨୦ ବର୍ଷ କୋଚିଂ ଅଭିଜ୍ଞତା ରଖିଥିବା ଜିମ୍ବାୱେ ଏବଂ ଆଫଗାନିସ୍ତାନ ଭଳି ଅନ୍ତରାଷ୍ଟ୍ରୀୟ ଟିମକୁ କୋଚିଂ ଦେଇସାରିଛନ୍ତି। ରାଜପୁତ ନ୍ୟାସନାଲ କ୍ରିକେଟ ଏକାଡେମୀ, ବାଙ୍ଗାଲୁରୁର ସାର୍ଟିଫାଏଡ୍ ଲେଭଲ ୩ କୋଚ୍ ଅଛନ୍ତି। ୨୦୦୮ରେ ଅଷ୍ଟ୍ରେଲିଆରେ ଟ୍ରାଏଙ୍ଗୁଲାର ସିବି ସିରିଜ୍ ଜିତିବା ସମୟରେ ରାଜପୁତ ଟିମର ମ୍ୟାନେଜର ଥିଲେ।

ଏତତ୍ ବ୍ୟତୀତ ଭାରତୀୟ ଟିମକୁ ପୂର୍ବ ଅଲରାଉଣ୍ଡର ରୋବିନ ସିଂହ ମଧ୍ୟ ଏହି ପଦ ପାଇଁ ଦାବିଦାର ବୋଲି ଉପସ୍ଥାପନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.