କୋରାପୁଟରେ ପଣସ ଚିପ୍‌ସ କରି ସ୍ବାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ବଜାରରେ ବଢୁଛି ଗ୍ରାହକଙ୍କ ଚାହିଦା

ପଣସରୁ ପ୍ରସ୍ତୁତ ହେଉଛି ଚିପ୍‌ସ। ଚିପ୍‌ସ ପ୍ରସ୍ତୁତ ନେଇ ଓରମାସ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଉଛି ତାଲିମ୍‌। ତା ସହ ବନ ସୁରକ୍ଷା ସମିତିର ସଦସ୍ୟା ମଧ୍ୟ ନେଉଛନ୍ତି ତାଲିମ୍‌। ପଣସର ଚାହିଦା ବୃଦ୍ଧି ପାଇବା ସହ ଆଉ ବିକ୍ରି ପାଇଁ ଅନ୍ୟ ରାଜ୍ୟକୁ ପଠାଯିବ ନାହିଁ। ଚେନ୍ନାଇ ଓ ଦିଲ୍ଲୀକୁ ମଧ୍ୟ ପଠାଯାଉଛି। ଏଥିପାଇଁ ସହଯୋଗର ହାତ ବଢାଇଛି ସ୍ୱାମୀନାଥନ୍‌ ଫାଉଣ୍ଡେସନ୍‌ ଓ ସ୍ୱେଚ୍ଛାସେବୀ ସଂଗଠନ।

ଆହୁରି ପଢନ୍ତୁ: ଟିଭି ଶୋ‘ରେ ଛେଳିକୁ ଗୁଳି କଲେ ସେଲିବ୍ରିଟି ଶେଫ୍, ସୋସିଆଲ ମିଡିଆରେ ହେଲେ ସମାଲୋଚନାର ଶିକାର

ଜିଲ୍ଲାରେ ବ୍ୟାପକ ପରିମାଣର ପଣସ ଉତ୍ପାଦନ ହେଉଛି। ଉତ୍ପାଦିତ ଚିପ୍‌ସର ଅଧିକ ବିକ୍ରି ପାଇଁ ଜାତୀୟ ସ୍ତରର ସଂସ୍ଥା ସହ ବୁଝାମଣା କରାଯିବ ବୋଲି ଓର୍‌ମାସ ପକ୍ଷରୁ କୁହାଯାଇଛି। ବନବାସୀ ଆଦିବାସୀ, ମହିଳା ଓ ଗରିବ ଲୋକ ଏହାର ଲାଭ ପାଇ ପାରିବେ ବୋଲି ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି। ତା ସହ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ ଗୁଣାତ୍ମକ ମାନର ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ସହଯୋଗର ହାତ ବଢାଇଛି।

jackfruit2ଜିଲ୍ଲାରେ ପ୍ରଚୁର ପରିମାଣର ପଣସ ଉତ୍ପାଦିତ ହେଉଥିବା ବେଳେ ,ଏହାର ସଠିକ୍‌ କାର୍ଯ୍ୟକାରିତା ଓ ବଜାର ବ୍ୟବସ୍ଥା କରାଯାଇପାରିଲେ ଲୋକଙ୍କ ଅର୍ଥନୈତିକ ପ୍ରଗତିରେ ବେଶ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି

You might also like