Below header

ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ମୃତ୍ୟୁ ମାମଲା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଝାରପଡ଼ା ଜେଲରେ ବିଚାରାଧୀନ କଏଦି ଅଖିଳ ବେହେରାଙ୍କ ମୃତ୍ୟୁ ମାମଲା । ଅଖିଳଙ୍କୁ ଜେଲ ଭିତରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଢେଙ୍କାନାଳ ଗନ୍ଦିଆ ଥାନା ଅନ୍ତର୍ଗତ ବାଇଁସିଆ ଗାଁର ଅଖିଳ ବେହେରା ଭୁବନେଶ୍ୱରର ଏକ ବେସରକାରୀ କମ୍ପାନୀରେ ଚାକିରି କରୁଥିଲେ । ଏକ ଚୋରୀ ମାମଲାରେ ଗତ ୧୨ ତାରିଖଠାରୁ ସେ ଝାରପଡା ଜେଲରେ ବିଚରାଧିନ କଏଦି ଭାବେ ରହିଥିଲେ । ଗତ ଶନିବାର ପରିବାର ଲୋକେ ତାଙ୍କୁ ଦେଖା କଲାବେଳେ ଅଖିଳ ସୁସ୍ଥ ଥିଲେ । ଆଜି ହଠାତ ତାଙ୍କର ମୃତ୍ୟୁ ଖବର ପାଇଁ ଅଖିଳଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.