ପୁଣି ବର ସାଜିବେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଲେଣ୍ଟାଇନ ଡେରେ ନତାଶାଙ୍କ ସହିତ ଉଦୟପୁରରେ ନେବେ ସାତଫେରା

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ବଲିଉଡ ଅଭିନେତ୍ରୀ ନତାଶା ଷ୍ଟେନକୋଭିକଙ୍କୁ ଉଦୟପୁରରେ ବିବାହ କରିବେ ପାଣ୍ଡ୍ୟା । ଭାଲେଣ୍ଟାଇନ ଡେରେ ଦୁହେଁ ବିବାହ କରିବେ। ଦୁହେଁ ୩୧ ମଇ ୨୦୨୦ରେ କୋର୍ଟ ମ୍ୟାରେଜ କରିଥିଲେ ।

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ତଥା ଭାରତୀୟ ଯୁବ କ୍ରିକେଟ ଟିମର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ଦ୍ୱିତୀୟ ଥର ପାଇଁ ହାର୍ଦ୍ଦିକଙ୍କର ପଡିବ ହାତଗଣ୍ଠି । ପତ୍ନୀ ନତାଶାଙ୍କୁ ଆଉ ଥରେ ବିବାହ କରିବାକୁ ଡେଷ୍ଟିନେସନ ୱେଡିଂ ପାଇଁ ହାର୍ଦ୍ଦିକ ଉଦୟପୁରକୁ ଚୟନ କରିଛନ୍ତି । ଭାଲେଣ୍ଟାଇନ ଡେରେ ହାର୍ଦ୍ଦିକ ଏବଂ ନତାଶା ଉଦୟପୁରରେ ବିବାହ କରିବେ ।

୨୦୨୦ରେ କରୋନା ଲକଡାଉନ୍ ବେଳେ ୩୧ ମଇରେ ନତାଶା ଓ ହାର୍ଦ୍ଦିକ କୋର୍ଟ ମ୍ୟାରେଜ କରିଥିଲେ। ଏକ ସାକ୍ଷାତକାରରେ ଏନେଇ ହାର୍ଦ୍ଦିକ ଖୁଲାସା କରିଥିଲେ। ବିବାହର ଏକ ବର୍ଷ ପରେ ପୁଅ ଅଗସ୍ତ୍ୟା ଜନ୍ମ ନେଇଥିଲା।

ରିପୋର୍ଟ ଅନୁଯାୟୀ ଉଭୟ ପୁଣି ଥରେ ରୀତିନୀତି ଅନୁଯାୟୀ ଗ୍ରାଣ୍ଡ ଓ୍ୱେଡିଂ କରବାକୁ ନିଷ୍ପତ୍ତି ନେଇଛନ୍ତି। ୧୪ ଫେବୃଆରୀ ତଥା ଭାଲେଣ୍ଟାଇନ ଡେ’ରେ ରାଜସ୍ଥାନର ଉଦୟପୁରରେ ହାର୍ଦ୍ଦିକ ଓ ନାତାଶା ସାତ ଫେରା ନେବେ। ଏଥିପାଇଁ ହାର୍ଦ୍ଦିକ ଓ ନତାଶା ଉଦୟପୁରରେ ପହଞ୍ଚି ସାରିଲେଣି। ଆଜିଠୁ ଦୁହିଁଙ୍କ ବିବାହ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ହଳଦୀ, ମେହେନ୍ଦି ଓ ସଙ୍ଗୀତ କାର୍ଯ୍ୟକ୍ରମ ହେବ। ଏହି ବିବାହରେ ଅନେକ କ୍ରିକେଟ ଷ୍ଟାର ଯୋଗ ଦେବେ ବୋଲି କୁହାଯାଉଛି। ତେବେ କେଉଁମାନେ ଯୋଗେ ଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡେଷ୍ଟିନେସନ ୱେଡିଂ ପାଇଁ ସବୁକିଛି ସିକ୍ରେଟ ରଖାଯାଇଛି ।