Below header

ଆଜି ଟିମ୍‌ ଇଣ୍ଡିଆ ପାଇଁ ରେକର୍ଡ କରିବାର ସୁଯୋଗ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ କେବେ ବି ଜିତିନି ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜର ନିର୍ଣ୍ଣାୟକ ପଞ୍ଚମ ଟି-୨୦ ମ୍ୟାଚ୍‌। ବାଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ। ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍ ଜିତିସାରିଛନ୍ତି । ଆଜିର ମ୍ୟାଚ ନିର୍ଣ୍ଣାୟକ ହେବ। ଆଉ ଯଦି ଭାରତୀୟ ଟିମ୍‌ର ଅଧିନାୟକ ରିଷଭ ପନ୍ତ ଏହି ମୁକାବିଲା ଜିତନ୍ତି, ତେବେ ରେକର୍ଡ ନିଜ ନାମରେ କରିବେ ରିଷଭ ପନ୍ତ।

ଘରୋଇ ଗ୍ରାଉଣ୍ଡରେ ଭାରତ ପୂର୍ବରୁ କେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଜିତିନାହିଁ । ୨୦୧୫ରେ ଦକ୍ଷିଣ ଆଫ୍ରିକା ଏଠାରେ ୩ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ୨୦୧୯ରେ ହୋଇଥିବା ସିରିଜ ୧-୧ରେ ଡ୍ର’ ରହିଥିଲା । ଉଭୟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲ ।

ଏଥର ଟିମ୍‌ ଇଣ୍ଡିଆ ପାଖରେ ସିରିଜ ବିଜୟ ସୁଯୋଗ ରହିଛି । କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣା ରହିଛି । ୨୦୧୯ ପରାଜୟର ପ୍ରତିଶୋଧ ନେବା ପାଇଁ ଦଳ ନିକଟରେ ଯଥେଷ୍ଟ କ୍ଷମତା ରହିଛି । ଗତ ସିରିଜରେ ମଧ୍ୟ ବେଙ୍ଗାଲୁରୁରେ ଅନ୍ତିମ ଟି-ଟ୍ୱେଣ୍ଟିମ୍ୟାଚ୍ ଖେଳାଯାଇଥିଲା । ୧୩୫ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧ ୱିକେଟ୍ ହରାଇ ହାସଲ କରିଥିଲା ।

rishav pant

ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ଆହତ ହୋଇଛନ୍ତି । ସେ ଖେଳିବା ନେଇ ଆଶଙ୍କା ରହିଛି । ବାକି ଖେଳାଳି ଫିଟ୍ ଅଛନ୍ତି ।

ସମ୍ଭାବ୍ୟ ଦଳ

ଭାରତ: ଋତୁରାଜ ଗାଏକୱାଡ୍, ଇଶାନ କିଶନ, ଶ୍ରେୟସ ଆୟର, ରିଷଭ ପନ୍ତ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଅଭେଶ ଖାନ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍, ରିଜା ହେଣ୍ଡରିକ୍ସ/ତେମ୍ବା ବଭୁମା(ଅଧିନାୟକ), ରାଶି ଭାନ ଡର ଡୁସେନ, ଡେଭିଡ୍ ମିଲର, ଡ୍ୱେନ ପ୍ରିଟୋରିୟସ, ହେନରିକ କ୍ଲାସେନ, କାଗିସୋ ରାବାଡା, ଆନରିଚ ନର୍ଜ, ୱେନ ପାର୍ନେଲ, ତାବ୍ରେଜ ସାମସି, କେଶବ ମହାରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.