Below header

ଆଜି ବିଶ୍ବକପର ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

ମୁମ୍ବାଇର ୱାଙ୍ଖଡେରେ ୱିଲିୟମସନ ବାହିନୀକୁ ଚିତ୍ କରିବାକୁ ରୋହିତ ଆଣ୍ଡ କୋର ସ୍ବତନ୍ତ୍ର ଷ୍ଟ୍ରାଟେଜି । ନକ ଆଉଟରେ ଚକମା ଦେବାରେ ମାହିର୍ ବ୍ଲାକ୍ କ୍ୟାପ୍ । ତେଣୁ ୨୦୧୯ର ବଦଲା ନେବାକୁ ଅଣ୍ଟା ଭିଡିଛି ଟିମ୍ ଇଣ୍ଡିଆ ।

କେନ୍ୟୁଜ୍(ବ୍ୟୁରୋ):  ଭାରତ ନା ନ୍ୟୁଜିଲାଣ୍ଡ ? କାହାକୁ ମିଳିବ ଫାଇନାଲ ଟିକେଟ । ଆଜି ବିଶ୍ବକପର ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ମୁମ୍ବାଇର ୱାଙ୍ଖଡେରେ ୱିଲିୟମସନ ବାହିନୀକୁ ଚିତ୍ କରିବାକୁ ରୋହିତ ଆଣ୍ଡ କୋର ସ୍ବତନ୍ତ୍ର ଷ୍ଟ୍ରାଟେଜି । ନକ ଆଉଟରେ ଚକମା ଦେବାରେ ମାହିର୍ ବ୍ଲାକ୍ କ୍ୟାପ୍ । ତେଣୁ ୨୦୧୯ର ବଦଲା ନେବାକୁ ଅଣ୍ଟା ଭିଡିଛି ଟିମ୍ ଇଣ୍ଡିଆ । ସେହିଭଳି ସେମିର ଅବ୍ୟବହିତ ପୂର୍ବରୁ ଭାରତକୁ ବଡ଼ ସନ୍ଦେଶ ଦେଇ ଦଳର କିୱି ଅଧିନାୟକ କେନ୍ ୱିଲିୟମସନ । କହିଛନ୍ତି ଆମେ ବି କାହାଠୁ କମ୍ ନୁହେଁ । ସମୟ ଦେଖି ଜବାବ୍ ଦେବୁ ।

ଦିନିକିଆରେ ଉଭୟ ଦଳ ୧୧୭ ଥର ସାମ୍ନାସାମ୍ନି କରିଛନ୍ତି । ୫୯ ଥର ଭାରତ ଜିତିଥିବାବେଳେ ୫୦ ଥର ଜିତିଚି କିୱି ଟିମ୍ । ବିଶ୍ବକପରେ ୧୦ ଥର ମୁହାଁମୁହିଁ ହୋଇଛନ୍ତି ଉଭୟ ଟିମ। ଭାରତ ୪ଟି ଓ କିୱି ଟିମ ୫ଟି ମ୍ୟାଚ ଜିତିଛି । ଗୋଟିଏ ମ୍ୟାଚ ବାତିଲ ହୋଇଛି । କ୍ରେଜ୍ କରିବାରେ ମାହିର୍ ଭାରତ । ୨୦୧୯ ବିଶ୍ବକପ୍ ସେମିରୁ ଭାରତକୁ ବିଦା କରିଥିଲା କିୱି ଟିମ । ୧୮ ରନରେ ବାଜି ମାରିଥିଲା ଟିମ ନ୍ୟୁଜିଲାଣ୍ଡ। ଏବେ ୱାଙ୍ଖଡେ ଷ୍ଟାଡିୟମରେ ୱିଲିୟମସନ ବାହିନୀକୁ ପରାସ୍ତ କରି ୨୦୧୯ ବିଶ୍ବକପ୍ ବଦଲା ନେବାକୁ ସ୍ବତନ୍ତ୍ର ରଣନୀତି କରିଛି ରୋହିତ ଆଣ୍ଡ କୋ । ଆସନ୍ତା ରବିବାର ଫାଇନାଲ୍ ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଟାଇଟଲ ଲଢେଇ । ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଲଢେଇ ଭାରତ ପାଇଁ ଅଗ୍ନୀ ପରୀକ୍ଷା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.