Below header

ଦ୍ୱିତୀୟ ଦିନିକିଆରେ ଖେଳୁ ନାହାନ୍ତି ରୋହିତ ଓ କୋହଲି, ଟସ୍‌ ଜିତି ପ୍ରଥମେ ଫିଲଡିଂ ନେଲା ଇଣ୍ଡିଜ୍‌

ଭାରତ ବିପକ୍ଷରେ େଓ୍ଵଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛି

ବ୍ରିଜ୍‌ ଟାଉନ୍‌ : ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଭାରତ ବିପକ୍ଷରେ େଓ୍ଵଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛି । ରୋହିତଙ୍କ ଭଳି ବିରାଟ କୋହଲିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ପ୍ରଥମ ମ୍ୟାଚ୍‌କୁ ଭାରତ ୫ ଓ୍ଵିକେଟ୍‌ରେ ଜିତି ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍‌ ଜିତିଲେ ସିରିଜ୍‌ ବିଜୟୀ ହେବ । ଟସ୍‌ ହାରିବା ପରେ ପାଣ୍ଡ୍ୟା କହିଛନ୍ତି ଯେ ଆମେ ଏହି ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ । ଏବେ ବଡ଼ ସ୍କୋର କରିବାକୁ ଚେଷ୍ଟା କରିବୁ ।

ଦଳରେ ଶୁବମନ ଗିଲ୍‌, ଇଶାନ କିସାନ, ସଞ୍ଜି ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ, ରବୀନ୍ଦ୍ର ହାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦାପ ଯାଦବ, ଉମରାନ ମଲ୍ଲିକ ଏବଂ ମୁକେଶ କୁମାର ସ୍ଥାନ ପାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.