Below header

ପାକିସ୍ତାନ ପ୍ରେମିକକୁ ଭେଟିବା ପାଇଁ ଜୟପୁର ବିମାନ ବନ୍ଦରରେ ପହଞ୍ଚିଲା ନାବାଳିକା, ସୁରକ୍ଷା କର୍ମୀ ରଖିଲେ ଅଟକ

ପ୍ରେମିକାକୁ ଭେଟିବା ପାଇଁ ଅଞ୍ଜୁ ପାକିସ୍ତାନ ଯିବା ଓ ସେଠାରେ ବିବାହ କରି ରହିବା ଖବର ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ଜଣେ ପ୍ରେମିକା ବାହାରିଛନ୍ତି ପାକିସ୍ତାନ ଯିବା ପାଇଁ । ତେବେ ଏହି ପ୍ରେମିକା ଜଣକ ନାବାଳିକା ।

ପ୍ରେମିକାକୁ ଭେଟିବା ପାଇଁ ଅଞ୍ଜୁ ପାକିସ୍ତାନ ଯିବା ଓ ସେଠାରେ ବିବାହ କରି ରହିବା ଖବର ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ଜଣେ ପ୍ରେମିକା ବାହାରିଛନ୍ତି ପାକିସ୍ତାନ ଯିବା ପାଇଁ । ତେବେ ଏହି ପ୍ରେମିକା ଜଣକ ନାବାଳିକା । ପାକିସ୍ତାନୀ ପ୍ରେମିକକୁ ଭେଟିବା ପାଇଁ ଜୟପୁର ବିମାନ ବନ୍ଦରରେ ନାବାଳିକା ଜଣକ ପହଞ୍ଚିବା ପରେ ଜୟପୁର ପୋଲିସ ତାଙ୍କୁ ଅଟକ ରଖିଛି ।

ନାବାଳିକା ଜଣକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଉଚିତ ଡକ୍ୟୁମେଣ୍ଟ ପାସପୋର୍ଟ, ଭିସା ଆଦି ଦେଖାଇ ପାରି ନଥିଲେ । ନାବାଳିକାଙ୍କୁ ଯେତେବେଳେ ତାଙ୍କର ପିତା-ମାତଙ୍କ ଉପସ୍ଥିତିରେ ପଚରାଗଲା, ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରବାକୁ ଏପରି କରିଥିବା କହିଥିଲେ ।

ନାବାଳିକା ଜଣକ ଲାହୋର ଯିବା ପାଇଁ ଟିକେଟ ମାଗୁଥିବା ବେଳେ ଜୟପୁର ବିମାନ ବନ୍ଦରରେ ପୋଲିସ ତାଙ୍କୁ ଅଟକ ରଖିଥିଲା । ନାବାଳିକା ଜଣକ ଟିକେଟ କାଉଣ୍ଟର ନିକଟରେ ପହଞ୍ଚି ପାକିସ୍ତାନ ଯିବା ପାଇଁ ଟିକେଟ ମାଗୁଥିବା ବେଳେ ସୁରକ୍ଷାକର୍ମୀ ଏହାକୁ ଥଟ୍ଟା ବୋଲି ଭାବିଥିଲେ ।

ହେଲେ ନାବାଳିକା ଜଣକ ଟିକେଟ ଅଫିସରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ଟିକେଟ ଅଫିସରଙ୍କୁ କିପରି ବୁଝାଇବାକୁ ହେବ ତାହା ତା’ର ପାକିସ୍ତାନ ପ୍ରେମିକ କହିଛି ବୋଲି ନାବାଳିକା ଜଣକ କହିଥିଲେ ।

ଖାଲି ସେତିକି ନୁହେଁ ପାକିସ୍ତାନ ଯିବା ପାଇଁ ନାବାଳିକା ଜଣକ ଏକ କାହାଣୀ ମଧ୍ୟ ବନାଇଥିଲେ । ସେ ପାକିସ୍ତାନରୁ ୩ ବର୍ଷ ସୁରକ୍ଷାକର୍ମୀ ନାବାଳିକାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ତଦନ୍ତରୁ ନାବାଳିକା ଜଣକ ରାଜସ୍ଥାନ ଶିକାର ଜିଲ୍ଲା ରତନପୁର ଗ୍ରାମର ବୋଲି ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.