ବରେଲିରେ ବର୍ବର କାଣ୍ଡ! ଯୁବକଙ୍କ ହାତ ବାନ୍ଧି ସ୍କୁଟିରେ ଘୋଷାଡ଼ି ନେଲେ ୩ ଯୁବକ; Video ସିସିଟିଭିରେ କଏଦ

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି। ଏଠାରେ ତିନିଜଣ ଯୁବକ ଜଣେ ଯୁବକଙ୍କୁ ସ୍କୁଟିରେ ବାନ୍ଧି ରାସ୍ତାରେ ଅନେକ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛନ୍ତି।

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି। ଏଠାରେ ତିନିଜଣ ଯୁବକ ଜଣେ ଯୁବକଙ୍କୁ ସ୍କୁଟିରେ ବାନ୍ଧି ରାସ୍ତାରେ ଅନେକ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛନ୍ତି। ବଜାରରେ ଏକ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି। ଭିଡିଓ ଭାଇରାଲ ହେବା ମାତ୍ରେ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି।

ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ବରେଲିର ବାରାଦରୀ ଥାନା ଅଧୀନ ସମୟ ନଗରର ବୋଲି ଜଣାପଡ଼ିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ତିନିଜଣ ଯୁବକ ଏକ ସ୍କୁଟିରେ ଯାଉଛନ୍ତି। ଜଣେ ସ୍କୁଟି ଚଳାଉଥିବା ବେଳେ ଅନ୍ୟ ଦୁଇଜଣ ଜଣେ ଯୁବକଙ୍କ ହାତକୁ ବାନ୍ଧି ରଖିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ଅଭିଯୁକ୍ତମାନେ ସ୍କୁଟିରେ ଯୁବକଙ୍କ ହାତ ବାନ୍ଧି ଦେଇଥିଲେ। ସେମାନେ ପୀଡିତଙ୍କୁ ରାସ୍ତାରେ ଘୋଷାଡ଼ି ନେଉଥିଲେ। ଲୋକମାନେ ଯେତେବେଳେ ରାସ୍ତାରେ ଏହି ଦୃଶ୍ୟ ଦେଖିଥିଲେ, ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗୁରୁବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ପୋଲିସ କହିଛି ଯେ ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।