ଭଳିକି ଭଳି ରଙ୍ଗର ବ୍ୟାଗ୍ ସବୁକୁ ନିଜ ହାତରେ ତିଆରି କରୁଛନ୍ତି ମହିଳା

ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଏସବୁ, ଦେଖିଲେ ଆଖି ଲାଖି ଯାଉଛି ।

ସାଲେପୁର (କେନ୍ୟୁଜ) :  ଭଳିକି ଭଳି ରଙ୍ଗର ବ୍ୟାଗ୍ ସବୁକୁ ନିଜ ହାତରେ ତିଆରି କରୁଛନ୍ତି ମହିଳା । ଭ୍ୟାନିଟୀ ବ୍ୟାଗ୍, ଟିଫିନ୍ ବ୍ୟାଗ୍, ସପିଙ୍ଗ ବ୍ୟାଗ୍ ଭଳି ଅନେକ ବ୍ୟାଗ ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତିର ଏହି ମାଆମାନେ । ଝୋଟ କପଡା, ଅଠା, ବିଭିନ୍ନ୍ ରଙ୍ଗ ବେରଙ୍ଗ କପଡା, ଭେଲଭେଟ କପଡା, ମାଳି ଓ ରଙ୍ଗ ବେରଙ୍ଗର ଲେସ ଓ ଉଲ୍ ଓ ବିଭିନ୍ନ ରଙ୍ଗର ସୁତା ସବୁକୁ ନେଇ ଆଖି ଲାଖିଯିବା ଭଳି, ଭଳିକି ଭଳିକି ବ୍ୟାଗ ତିଆରି କରି ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି କଟକ ସାଲେପୁର ନରଦା ପଞ୍ଚାୟତ ର ମିଶନ ଶକ୍ତି ମହିଳା ମାନେ। ପ୍ରାୟ ୫ ଗୋଟି ଏସଏସଜି ଗୁପ ର ୪୦ ରୁ ଉର୍ଧୁ ମହିଳା ମାନେ ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ଝୋଟ ରେ ତିଆରି ବିଭିନ୍ନ ସଉଖିନ୍ ବ୍ୟାଗ । ଜାହାର ଚାହିଦା ଏବେ ବେସ ବଢୁଛି । ଏହି ବ୍ୟାଗ ସବୁ ତିଆରି କରି ଜିଲ୍ଲା ତଥା ରାଜ୍ୟ ବାହାରେ ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ମାଧ୍ୟମରେ ବିକ୍ରି କରିଥାନ୍ତି । ଏହି ହାତ ତିଆରି ଲୋକଙ୍କୁ ବେଶ ଆକର୍ଷିତ କରିଥାଏ ।

ନଳିତା ଚାଷ ପ୍ରତି କିଭଳି ଆଗ୍ରହ ବଢିବ ସେଥିପାଇଁ ରାଜ୍ୟ ସରକାର ଝୋଟ ସାମଗ୍ରି ଉପରେ ଗୁରୁତ୍ଵ ଦେଲେ ପାଲିଥିନ ମୁକ୍ତ ପାଇ କଟକ ଜିଲ୍ଲାର ଏକମାତ୍ର ସାଲେପୁର ବ୍ଲକ ନରଦା ପଞ୍ଚାୟତର ମହିଳା ମାନେ ଏହି ମିଶନ୍ ଶକ୍ତି ଘରେ କିଭଳି ପ୍ରସ୍ତୁତ ହେଉଛି ଭଳିକି ଭଳି ମନୋଲୋଭା ଝୋଟ ରୁ ପ୍ରସ୍ତୁତ ବ୍ୟାଗ. ପ୍ରାୟ ୪୦ ରୁ ଉର୍ଦ୍ଧୁ ଗାଁ ର ଝିଅ ବୋହୂ ଲାଗି ପଡିଛନ୍ତି ବିଭିନ୍ନ ପ୍ରକାର ବ୍ୟଗ ପ୍ରସ୍ତୁତ କରିବାରେ । ସାମଗ୍ରୀ ଭିତରେ ରହିଛି .ଭ୍ୟନିଟ ଓଟର ବଟଲ ବ୍ୟାଗ ଅଫିସ୍ ବ୍ୟଗ ସହ ବିଭିନ୍ନ ପ୍ରକର । ଜାହାର ମୂଲ୍ୟ ୭୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ପ୍ରଯ୍ୟନ୍ତ ରହିଛି । ଆଉ ଏସବୁ ପ୍ରସ୍ତୁତ କରିବାରେ ମୁଖ୍ୟତଃ ଝୋଟ କପଡା ସହ ରଙ୍ଗ ବେରଙ୍ଗର ମାଳି , ଜରି ଲେସ, ଅଠା, ଭେଲଭେଟ କପଡା , ସୂତା ସହ ଟେଲର ମେସିନ ରେ ଏହାକୁ ବିଭିନ୍ନ୍ କଟିଙ୍ଗ୍ କରି ସିଲାଇ କରାଜାଇ ବିଭିନ୍ନ ରୁପ ଦେବା ପରେ ଏହର ଡିଜାଇନ୍ କରାଜାଏ . ମହିଳା ମାନେ ଏସବୁ ତିଆରି କରିବାର ପ୍ରଣାଳୀ ଏବେ ଦୁଇ ପଇସା ରୋଜଗାର କରିବା ସହିତ ସ୍ୱାବଲମ୍ବୀ ହୋଇ ପାରିଥିବାରୁ ବେଶ ଖୁସି ପ୍ରକଟ କରିଛନ୍ତି ।

ଏହି ଦୁଇ ତିନି ମାସ ଭିତରେ ପଲିଶ୍ରୀ ମେଳା ହେଉବା ଅନ୍ୟାନ୍ୟ ବଡ଼ ବଡ଼ ମେଳା ମହୋତ୍ସବରେ ସାଲେପୁରର ଏହି ଝୋଟରେ ତିଆରି ବ୍ୟାଗର ବେଶ୍ ଚାହିଦା ବଢ଼ିଛି ଖୁବ କମ ଦିନ ମଧ୍ୟରେ ଏହି ବ୍ୟାଗ ପ୍ରସ୍ତୁତ କରି ସଫଳତା ପାଇଛନ୍ତି ଏହି ମହିଳା ମାନେ । ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କଞ୍ଚା ମାଲ ଏହି ମହିଳା ମାନଙ୍କୁ ଯୋଗାଇ ଦିଆ ଯାଇଛି । ହାତ ତିଆରି ରଏହି ବ୍ୟାଗ କିଣିବା ପାଇଁ ଏବେ ବିଭିନ୍ନ ଆଡୁ ଏହି ପଞ୍ଛାୟତକୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ଭିଡ଼ ଜମୁଛି। ଘର କାମ ସହିତ ମହିଳା ମାନେ ଏକାଠି ହୋଇ ଏହି ଝୋଟ ରେ ପ୍ରସ୍ତୁତ ବ୍ୟାଗ କରି ନିଜେ ସେବଲମ୍ବି ହୋଇ ପାରିଛନ୍ତି ଲକ୍ଷ୍ୟ ରଖିଛନ୍ତି ଆଗାମୀ ବର୍ଷ ଏହାର ଉତ୍ପାଦ ବ୍ରୁଧି କରିବା ପାଇଁ ରାଜ୍ୟ ସରକାର ତାଙ୍କୁ ସହଯୋଗ କରନ୍ତୁ ବୋଲି କହିଛନ୍ତି । ସେହି ପଞ୍ଛାୟତ ଅନ୍ୟ ମହିଳା ମାନେ ମାନେ ମଧ୍ୟ ଅନୁପ୍ରାଣିତ ହୋଇ ଏହି ସାମଗ୍ରି ତିଆରି ରେ ଲାଗି ପଡିଲେଣି ଏଭଳି ହସ୍ତକଳା କାରିଗରୀ ଦେଖିଲା ପରେ ଆମେ ଏଠି ଗୋଟିଏ କଥା କହିବୁ ନିଜକୁ ବେକାରୀ ଭାବୁଥିବା ଯୁବକ ଯୁବତୀ ମାନଙ୍କ ପାଇଁ ନରଦା ଗାଁର ଏହି ମହିଳା ମାନେ ପ୍ରକୃତ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.