Below header

ମୟୂରଭଞ୍ଜ ପୋଲିସକୁ ଆଉ ଏକ ସଫଳତା, ଖୁଣ୍ଟା ଥାନା ଅଞ୍ଚଳରୁ ୯ଟି ଦେଶୀ ବନ୍ଧୁକ ଜବତ

ଗତ ଏକ ମାସ ମଧ୍ୟରେ ପୋଲିସ ଜବତ କରିଛି ମୋଟ ୩୦ଟି ଦେଶୀ ବନ୍ଧୁକ। ଶିମିଳିପାଳରେ ଦୁଇ ବନ କର୍ମଚାରୀଙ୍କ ଶିକାରୀ ଗୁଳିରେ ମୃତ୍ୟୁ ପରେ ବନ ବିଭାଗ ସହ ପୋଲିସକୁ ସୁରକ୍ଷା ଦାୟିତ୍ୱ ମିଳିଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ୩ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି।

କରଞ୍ଜିଆ(କେନ୍ୟୁଜ୍):  ଶିମିଳିପାଳ ସୁରକ୍ଷାରେ ମୟୂରଭଞ୍ଜ ପୋଲିସକୁ ଆଉ ଏକ ବଡ ସଫଳତା। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଖୁଣ୍ଟା ଥାନା ଅଞ୍ଚଳରୁ ୯ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଜଙ୍ଗଲର ଏକ ପରିତ୍ୟକ୍ତ ଅଞ୍ଚଳରୁ ବନ୍ଧୁକ ଜବତ କରିଛି ପୋଲିସ । ସେଥିମଧ୍ୟରୁ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍‌ପି । ଆସନ୍ତା ୩୧ ତାରିଖ ମଧ୍ୟରେ ବନ୍ଧୁକ ସମର୍ପଣ କରିବାକୁ ସୁଯୋଗ ଦିଆଯାଇଛି। ଏହି ସମୟରେ ନିକଟସ୍ଥ ଥାନାରେ ବନ୍ଧୁକ ସହ ଆତ୍ମସମର୍ପଣ କଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।

ଗତ ଏକ ମାସ ମଧ୍ୟରେ ପୋଲିସ ଜବତ କରିଛି ମୋଟ ୩୦ଟି ଦେଶୀ ବନ୍ଧୁକ। ଶିମିଳିପାଳରେ ଦୁଇ ବନ କର୍ମଚାରୀଙ୍କ ଶିକାରୀ ଗୁଳିରେ ମୃତ୍ୟୁ ପରେ ବନ ବିଭାଗ ସହ ପୋଲିସକୁ ସୁରକ୍ଷା ଦାୟିତ୍ୱ ମିଳିଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ୩ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ଶିମିଳିପାଳ ଅଞ୍ଚଳରେ ଜାରି ରହିଛି କମ୍ବିଂ ଅପରେସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.