Below header

ଭାରତରେ ହେବ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ । ଗତକାଲି ମିଆମିରେ ବସିଥିବା ଫିଫା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଜୁନିୟର ବିଶ୍ୱ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଆୟୋଜନ ଭାରତ କରିବ ବୋଲି ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ୍ଲ ପଟେଲ ମଧ୍ୟ ସୂଚନା ଦେଇଛନ୍ତି । ଫିଫି ବିଶ୍ୱକପ୍‌ ଆୟୋଜନ ଦାୟିତ୍ୱ ପାଇବା ଅତି ଗୌରବର ବିଷୟ । ଏହାକୁ ସଫଳତାର ସହ ଆୟୋଜନ କରିବାକୁ ଆମେ ପୂରା ଦମ୍‌ରେ ଲାଗି ପଡ଼ିବୁ ବୋଲି ସେ କହିଛନ୍ତି ।

FIFA-1୨୦୧୭ରେ ଭାରତ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ୱକପ୍‌ର ସଫଳତାର ସହ ଆୟୋଜନ କରିଥିଲା । ଏହା ପରେ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଆବେଦନ କରିଥିଲା । ଦ୍ୱିତୀୟଥର ପାଇଁ ଭାରତ କୌଣସି ଫିଫା ଟୁର୍ଣ୍ଣାମେଣ୍ଟର ଆୟୋଜନ ସୁଯୋଗ ପାଇଛି ।
ଭାରତୀୟ ମହିଳା ଦଳ ବିଶ୍ୱସ୍ତରରେ ଏବେ ଉନ୍ନତ ଖେଳ ପ୍ରଦର୍ଶନ କରୁଛି । ବର୍ତ୍ତମାନ ନେପାଳରେ ସାଫ୍‌ ମହିଳା ପ୍ରତିଯୋଗିତା ଚାଲିଛି । ଏଥିରେ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ମାଲଡିଭ୍ସକୁ ୬-୦ ଗୋଲ୍‌ରେ ପରାସ୍ତ କରିଛି । ପୂର୍ବରୁ ସାଫ୍‌ରେ ଭାରତ ୪ ଥର ଚାମ୍ପିଅନ୍‌ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.