Below header

ବିଶ୍ୱକପ୍‌ ୨୦୨୩ : ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓ୍ଵିକେଟରେ ଜିତିଲା ଭାରତ, ସ୍ଥିତି ସୁଧାରିଲେ ରାହୁଲ ଓ ବିରାଟ

ବିଜୟରୁ ଭାରତର ବିଶ୍ୱକପ୍‌ ଅଭିଯାନ ଆରମ୍ଭ । ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓ୍ଵିକେଟରେ ଜିତିଲା ଭାରତ ।

କେନ୍ୟୁଜ(ବ୍ୟୁରୋ) : ବିଜୟରୁ ଭାରତର ବିଶ୍ୱକପ୍‌ ଅଭିଯାନ ଆରମ୍ଭ । ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓ୍ଵିକେଟରେ ଜିତିଲା ଭାରତ । ଭାରତର ମାତ୍ର ୩ ଓଭରରେ ୩ ଓ୍ଵିକେଟ ବିପର୍ଯ୍ୟୟ ପରେ ଭାରତ ଉପରେ ଅଷ୍ଟେଲିଆ ବୋଲରଂ ଚାପ ଜାରି ରହିଥିଲା । ହେଲେ ବିରାଟ କୋହଲି ଓ କେଏଲ ରାହୁଲଙ୍କ ବ୍ୟାଟିଂ ଆରମ୍ଭ ପରେ ଭାରତର ସ୍ଥିତି ସୁଧୁରିବା ଆରମ୍ଭ କରିଥିଲା । କେଏଲ ରାହୁଳ ୯୭ (୧୧୫ ବଲ୍‌) ରନ ସହ ଅପରାଜୟ ରହିଥିବା ବେଳେ ବିରାଟ କୋହଲିଙ୍କ ଧୂଆଁଧାର ୮୫ (୧୧୬ ବଲ୍‌) ରନ୍‌ ଭାରତକୁ ନିଶ୍ଚିତ ବିଜୟ ଆଡକୁ ଅଗ୍ରସର କରିଥିଲା । ଭାରତ ୪୧.୨ ଓଭରରେ ୨୦୦ ରନ କରି ୬ ଓ୍ଵିକେଟରେ ବିଜୟ ପ୍ରାପ୍ତ କରିଥିଲା । କେ ଏଲ ରାହୁଲଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଛି ।

ପ୍ରଥମ ବ୍ୟାଟିଂରେ ଯଦିଓ ଅଷ୍ଟ୍ରେଲିଆ ଦଳ ଭାରତୀୟ ସ୍ପିନରଙ୍କ ବଲକୁ ସାମ୍ନା କରି ନପାରି ୧୯୯ ରନ ଭିତରେ ଅଲଆଉଟ ହୋଇ ଭାରତକୁ ୨୦୦ ରନର ବିଜୟ ଲକ୍ଷ୍ୟ ଦେଇଥିଲେ ।

ଭାରତର ପ୍ରାରମ୍ଭିକ ବ୍ୟାଟିଂ ସ୍ଥିତି ମଧ୍ୟ ଭଲ ନଥିଲା । ମାତ୍ର ୩ ଓଭର ମଧ୍ୟରେ ଭାରତ ୩ ଟି ଓ୍ଵିକେଟ ହରାଇ ଅଷ୍ଟ୍ରେଲିଆ ବୋଲରଙ୍କ ଚାପର ବଶବର୍ତ୍ତୀ ହୋଇଥିଲେ । ପରେ ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ବିରାଟ କୋହିଲି ଆସି ଭାରତର ସ୍ଥିତିକୁ ସୁଧାରି ନେଇଥିଲେ ।

ବିରାଟ କୋହଲି ଓ କେଏଲ ରାହୁଲଙ୍କ ବ୍ୟାଟିଂ ଯୋଡି ଭାରତକୁ ୧୬୫ ରନ ଯାଏ ନେଇଯାଇଥିଲେ । ଭାରତର ରନ୍‌ ୧୬୭ ହୋଇଥିବା ବେଳେ ବିରାଟଙ୍କ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ବିରାଟଙ୍କ ପରେ ମଇଦାନକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡିଆ । ହାର୍ଦ୍ଦିକ ପାଣ୍ଡିଆ ୧୧ ରନ ଯୋଡିବା ସହ ଭାରତ ୨୦୦ ରନରେ ଅଷ୍ଟ୍ରେଲିଆକୁ ପରଜୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.