ଚେନ୍ନାଇ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୭୫୩ କୋଟି ଟଙ୍କା, ଏକାଉଣ୍ଟ ଫ୍ରିଜ

କିଏ ଦେଲା ଏତେ ଟଙ୍କା ? କୁଆଡ଼ୁ ଆସିଲା ୭୫୩ କୋଟି ? ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏଭଳି କିଛି ହୋଇଛି। ଅଚାନକ ଡିପୋଜିଟ ହୋଇଯାଇଛି ୭୫୩ କୋଟି ଟଙ୍କା । ଚେନ୍ନାଇର ଏହି ବ୍ୟକ୍ତିଙ୍କ ନାଁ ହେଉଛି ମହମ୍ମଦ ଇଦରିଶ ।

କିଏ ଦେଲା ଏତେ ଟଙ୍କା ? କୁଆଡ଼ୁ ଆସିଲା ୭୫୩ କୋଟି ? ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏଭଳି କିଛି ହୋଇଛି। ଅଚାନକ ଡିପୋଜିଟ ହୋଇଯାଇଛି ୭୫୩ କୋଟି ଟଙ୍କା । ଚେନ୍ନାଇର ଏହି ବ୍ୟକ୍ତିଙ୍କ ନାଁ ହେଉଛି ମହମ୍ମଦ ଇଦରିଶ । ଶୁକ୍ରବାର ସେ ତାଙ୍କର ଜଣେ ସାଙ୍ଗଙ୍କୁ ୨ ହଜାର ଟଙ୍କା ଟ୍ରାନସଫର କଲେ ।

ପରେ ଆକାଉଣ୍ଟ ବାଲାନ୍ସ ଚେକ କଲା ବେଳକୁ ଦେଖିଲେ ୭୫୩ କୋଟି ରହିଛି। ଏକ ଫାର୍ମାସୀ କମ୍ପାନୀରେ କାମ କରୁଥିବା ଇଦରିଶ ତାଙ୍କ ଖାତା ଥିବା କୋଟାକ ମହିନ୍ଦ୍ରା ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ପକ୍ଷରୁ ତାଙ୍କ ଏକାଉଣ୍ଟକୁ ଫ୍ରିଜ କରିଦିଆଯାଇଛି। ତାମିଲନାଡ଼ୁରେ ଏହା ତୃତୀୟ ଘଟଣା।

ପୂର୍ବରୁ ୨ ଜଣଙ୍କ ବ୍ୟାଙ୍କ ଏକାଉଣ୍ଟରେ ଏଭଳି କୋଟି କୋଟି ଟଙ୍କା ଜମା ହୋଇଥିଲା। ଜଣେ କ୍ୟାବ ଡ୍ରାଇଭରଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା ଚାଲି ଆସିଥିଲା। ଜଣା ପଡ଼ିବା ପରେ ତ୍ରୁଟି ସୁଧାରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ସେହିଭଳି ଥାଞ୍ଜାଭୁରରେ ଆଉ ଏକ ଘଟଣା ଘଟିଥିଲା। ଗଣେଶନ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆକସ୍ମିକ ଭାବେ ୭୫୬ କୋଟି ଟଙ୍କା ଜମା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.