ଇସ୍ରାଏଲର ଯୁବତୀଙ୍କ ଅର୍ଦ୍ଧ ନଗ୍ନ ଶବକୁ ଖୋଲା ଟ୍ରକରେ ସହର ପରିକ୍ରମା କରାଇଲେ ଆତଙ୍କବାଦୀ, ଭିଡିଓ ଭାଇରାଲ
ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭୟଙ୍କର ଭିଡିଓମାନ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ହମାସ୍ ଆତଙ୍କବାଦୀ ଜଣେ ମହିଳାଙ୍କୁ ଏକ ବାଇକରେ ଜବରଦସ୍ତ ବସାଇ ନେଇ ଯାଉଛନ୍ତି । ସେ ମୋତେ ମାରନାହିଁ,ମାରନାହଁ ବୋଲି କହୁଥିବା ଦେଖାଯାଉଛି ।
ନୂଆଦିଲ୍ଳୀ : ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭୟଙ୍କର ଭିଡିଓମାନ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ହମାସ୍ ଆତଙ୍କବାଦୀ ଜଣେ ମହିଳାଙ୍କୁ ଏକ ବାଇକରେ ଜବରଦସ୍ତ ବସାଇ ନେଇ ଯାଉଛନ୍ତି । ସେ ମୋତେ ମାରନାହିଁ,ମାରନାହଁ ବୋଲି କହୁଥିବା ଦେଖାଯାଉଛି ।
ଅନ୍ୟପଟେ ଆଉ ଏକ ଭିଡିଓରେ ଦେଖାଯାଉଛି ଯେ କିଛି ହମାସ୍ ଆତଙ୍କବାଦୀ ଏକ ଟ୍ରକରେ ଜଣେ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ଶରୀରକୁ ରଖି ରାସ୍ତା ପରିକ୍ରମା କରୁଛନ୍ତି । ଏପରି ହୃଦୟ ବିଦାରକ ଦୃଶ୍ୟ ଏବେ ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ଆତଙ୍କବାଦୀମାନେ ଏହି ଅର୍ଦ୍ଧ ନଗ୍ନ ଯୁବତୀଙ୍କ ଶବ ଧରି ପରିକ୍ରମା କରୁଥିବା ବେଳେ ମୃତ ଯୁବତୀଙ୍କ ସହ କଦର୍ଯ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ମୃତ ଯୁବତୀଙ୍କ ଗାଲରେ ମାରୁଥିବା ବେଳେ ତାଙ୍କ ଉପରେ ଛେପ ପକାଉଥିବା ଦେଖିବାକୁ ମିଳୁଛି ।
ଏହାକୁ ଦେଖି ଜଣେ ମହିଳା ତାଙ୍କ ଶବକୁ ଫେରାଇବାକୁ ନିବେଦନ କରୁଛନ୍ତି । ବୋଧହୁଏ ସେ ଏହି ଯୁବତୀଙ୍କ ମା’ ହୋଇପାରନ୍ତି ।ସୂଚନା ଅନୁସାରେ, ମୃତା ତରୁଣୀ ହେଉଛନ୍ତି ସାନି ଲଉକ୍। ସେ ଜର୍ମାନ ନାଗରିକ ଏବଂ ଇସ୍ରାଏଲ୍ରେ ସଙ୍ଗୀତ ମହୋତ୍ସବ ଦେଖିବାକୁ ଆସିଥିଲେ।
ରିପୋର୍ଟ ଅନୁଯାୟୀ ପ୍ରାୟ ୩୫ ଇସ୍ରାଏଲ ସୈନିକଙ୍କୁ ଅପହରଣ କରାଯାଇ ବନ୍ଦୀ କରି ରଖାଯାଇଛି । ଆତଙ୍କବାଦୀମାନେ ଯେ କୌଣସି ଇସ୍ରାଏଲର ନାଗରିକଙ୍କୁ ଦେଖୁଛନ୍ତି, ତାଙ୍କୁ ହତ୍ୟା କରୁଥିବା ଜଣାଯାଇଛି ।