Below header

ରାମ ମନ୍ଦିରରେ ଗତ ମାର୍ଚ୍ଚ ମାସ ଯାଏ ଖର୍ଚ୍ଚ ହୋଇଛି ଏତେ କୋଟି ଟଙ୍କା, ବ୍ୟାଙ୍କରେ ରହିଛି ୩ ହଜାର କୋଟି ଟଙ୍କା

ଅଯୋଧ୍ୟରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆଗେଇ ଚାଲିଛି । ଆସନ୍ତା ବର୍ଷ ଏହାର ଶୁଭ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଜାଣନ୍ତି କି କେତେ ଖର୍ଚ୍ଚ ହେଲାଣି ଏହି ଭବ୍ୟ ରାମ ମନ୍ଦିର ପାଇଁ ।

ଅଯୋଧ୍ୟା : ଅଯୋଧ୍ୟରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆଗେଇ ଚାଲିଛି । ଆସନ୍ତା ବର୍ଷ ଏହାର ଶୁଭ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଜାଣନ୍ତି କି କେତେ ଖର୍ଚ୍ଚ ହେଲାଣି ଏହି ଭବ୍ୟ ରାମ ମନ୍ଦିର ପାଇଁ । ୨୦୨୦ ଫେବ୍ରୁଆରୀ ୫ ରୁ ଗତ ମାର୍ଚ୍ଚ ୩୧ ତାରିଖ ଭିତରେ ରାମ ମନ୍ଦିର ନିର୍ମାଣରେ ଖର୍ଚ୍ଚ ହୋଇଛି ୯୦୦ କୋଟି ଟଙ୍କା ।

ରାମ ମନ୍ଦିର ନାମରେ ବ୍ୟାଙ୍କରେ ୩୦୦୦ କୋଟି ଟଙ୍କା ରହିଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଶନିବାର ଦିନ ଟ୍ରଷ୍ଟ ପକ୍ଷରୁ ହୋଇଥିବା ବୈଠକରେ ରାମ ମନ୍ଦିର ପାଇଁ ଦାନ ସଂଗ୍ରହ ଉପରେ ଆଲୋଚନା ହୋଇଥିଲା । ବିଦେଶୀ ଦାନ ସଂଗ୍ରହ ପାଇଁ ଆଇନ ପ୍ରକ୍ରିୟା ଜାରି ରହିଛି ।

ଏଥିପାଇଁ ଆବେଦନ କରାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାରା ଭାରତରୁ ୧୦,୦୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଖାଲି ସେତିକି ନୁହେଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ସୂର୍ଯ୍ୟାସ୍ତ ପରେ ସାରା ଦେଶରେ ସଭିଏଁ ନିଜ ଘର ଆଗରେ ଦୀପ ଜାଳିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଅଭିଷେକ ଉତ୍ସବ ପୂର୍ବରୁ ଶ୍ରୀରାମଙ୍କ ଆଗରେ ପୂଜା କରାଯାଇଥିବା ଚାଉଲ(ଅକ୍ଷତ) ସାରା ଦେଶରେ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଏହି ଅକ୍ଷତ ଦେଶର ୫ ଲକ୍ଷ ଗାଁରେ ଜାନୁଆରୀ ୧ ରୁ ୧୫ ତାରିଖ ମଧ୍ୟରେ ବଣ୍ଟନ କରାଯିବ । ଅଭିଷେକ ଉତ୍ସବ ପାଇଁ ଏକ କମିଟି ଗଠନ କରାଯାଇଛି । ଜାନୁଆରୀ ୨୦୨୫ ମଧ୍ୟରେ ୩ ଦଫାରେ ମନ୍ଦିର କାର୍ଯ୍ୟ ସମାପ୍ତ ହେବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.